Webportal

ଅନୁଗୁଳ ଜିଲ୍ଲା ମହୋତ୍ସବ ର ରଙ୍ଗାରଙ୍ଗ ଦ୍ୱିତୀୟ ଦିବସ

0 450

ଅନୁଗୁଳ ଜିଲା ମହୋତ୍ସବ ପ୍ରଶଂସନୀୟ। ଜୀବନରେ ବହୁ ମଞ୍ଚରେ ଅତିଥି ଭାବେ ଯୋଗ ଦେଇଛି। କିନ୍ତୁ ଏଭଳି ମଞ୍ଚ ପ୍ରଥମ ଥର ପାଇଁ ଦେଖୁଥିବାରୁ ଖୁସି ଅନୁଭବ ହେଉଛି। ଏହି ମଞ୍ଚରେ ଲୁପ୍ତ ହେବାକୁ ବସିଥିବା କଳାକୁ ଦେଖ୍ ବେଶ୍ ଆନନ୍ଦ ଲାଭ କରୁଛି । ଅନୁଗୋଳ ଷ୍ଟାଡିୟମ ଠାରେ ଚାଲିଥିବା ଅଷ୍ଟମ ଜିଲା ମହୋତ୍ସବର ବୁଧବାର ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରାଜସ୍ୱ କମିଶିନର (ଉତ୍ତରାଞ୍ଚଳ) ସମ୍ବଲପୁ୍ର ନିରଞ୍ଜନ ସାହୁ ଏହି ମତବ୍ୟକ୍ତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ନରସିଂହ ଭୋଳ କହିଥିଲେ, ଯାହାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା
ଯେତେ ସଦୃଢ଼, ସେହି ଜିଲ୍ଲା ବା ରାଜ୍ୟ ସେତିକି ସମୃଦ୍ଧ ।ଅନ୍ୟତମ ଅତିଥିଭାବେ ଉପସ୍ଥିତ ଏସ.ପି ଜଗମୋହନ ମୀନା କହିଥିଲେ, ନିଜ ସଂସ୍କୃତିକୁ ଉଜୀବିତ ରଖିବା ଅାମ୍ଭର ମୂଳ ଲକ୍ଷ୍ୟ ହେଉ।ପ୍ରତ୍ୟୁଷରେ ମହୋତ୍ସବ ପଡ଼ିଆରେ ଯୋଗ ପ୍ରାଣାୟମ ଶିବିର ଅନୁଷ୍ଠିତ ହୋଇଥିଲା । ପତଞ୍ଜଳି ଯୋଗ ସମିତ ଜିଲ୍ଲା ପ୍ରଭାରୀ ଯୋଗାଚାର୍ଯ୍ୟ ଅଭୟ ରାୟ ସମସ୍ତଙ୍କୁ ଯୋଗ ଓ ପ୍ରାଣାୟମ ଅଭ୍ୟାସ କରାଇଥିଲେ।ପ୍ରବଳ ଥଣ୍ଡା, ତଥାପି ଜିଲ୍ଲା ମହୋତ୍ସବର ଦ୍ୱିତୀୟ ଦିବସରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଜ ପସନ୍ଦର କଳାକାରଙ୍କୁ ଦେଖିବା ପାଇଁ ଅନେକ ଲୋକ ଅପେକ୍ଷା କରିଥିଲେ।ଦ୍ୱିତୀୟ ସନ୍ଧ୍ୟାରେ ତାଳଚେର ଓ ଅନୁଗୋଳ ବ୍ଲକ କଳା ସଂସ୍କୃତି ସଂଘର କଳାକାରମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିବା ସହ ଅନୁଗୋଳ ପୌରପାଳିକା ଓ ଅାଠମଲ୍ଲିକ ଏନ.ଏ.ସିର କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ପ୍ରଦର୍ଶନ ହୋଇଥିଲା।ମଥୁରାର ମୟୁରୀ ନୃତ୍ୟ ପରେ ନବରଙ୍ଗପୁରର ଢେମସା ନୃତ୍ୟ, କାକଟପୁରର ଘଟକଳସ ନୃତ୍ୟ ଓ ଗଞ୍ଜାମର ପଶୁ ନୃତ୍ୟ ପରିବେଷଣ କରାଯାଇଥିଲା ।ପରେ ଅାରିୟନ ନୃତ୍ୟ ଦଳ, ଭଏସ ଅଫ ଓଡିଶାର ଅର୍ପିତା ଚୌଧୁରୀ,ରାଇଜିଙ୍ଗି ଷ୍ଟାର ଶଶାଙ୍କ ଶେଖର,ଚଳଚିତ୍ର ତାରକା ଶୁଭାଶିଷ (ମଣ୍ଟୁ) ଓ ସୁପ୍ରିୟା ନାୟକ ଙ୍କ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇଥିଲା।

Leave A Reply

Your email address will not be published.