Webportal

ଅନୁଗୁଳ ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଭୋଟ ଦେଇପାରିବେନି ଅନେକ ସ୍ଥାୟୀ ବାସିନ୍ଦା

ଅଦାଲତର ଆଶ୍ରୟ ନେବାକୁ ସଜବାଜ

0 247

ଅନୁଗୁଳ ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଭୋଟ ଦେଇପାରିବେନି ଅନେକ ସ୍ଥାୟୀ ବାସିନ୍ଦା।ଅଦାଲତର ଆଶ୍ରୟ ନେବାକୁ ସଜବାଜ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନରେ ନିଜ ଭୋଟଦାନ କରି ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ଭୋଟର ମାନଙ୍କୁ ବିଭିନ୍ନ ଜରିଆରେ ବାରମ୍ବାର ନିବେଦନ କରି ଆସୁଛନ୍ତି। ଏହାପାଇଁ ଅଜସ୍ର ଅର୍ଥ ଯେ ଖର୍ଚ୍ଚ କରାଯାଉଛି ଏଥିରେ ତିଲେମାତ୍ର ସନ୍ଦେହ ନାହିଁ। ତାହା ମଧ୍ୟ ଜନତାଙ୍କ ଟିକସ ଟଙ୍କାରୁ । କିନ୍ତୁ ଉଭୟ ସରକାରଙ୍କ ଏହି ନିବେଦନ କୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଯେମିତି ପରିହାସ କରୁଛି। ଶନିବାର ତୃତୀୟ ପର୍ଯ୍ୟାୟ ରେ ଅନୁଗୁଳରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ଜରିଆରେ ଅନେକ ଭୋଟର ମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ତେଣୁ ସେମାନେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ରେ ସେମାନଙ୍କ ମତ ସାବ୍ୟସ୍ତ କରି ପାରିବେ ନାହିଁ। ଯେଉଁ ମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି ସେମାନେ ହେଇଛନ୍ତି ସ୍ତାୟୀ ବାସିନ୍ଦା ଓ ବିନା ଅସୁବିଧାରେ ନିର୍ବାଚନ ପରେ ନିର୍ବାଚନ ନିଜର ମତଦାନ ର ଅଧିକାର ସାବ୍ୟସ୍ତ କରି ଭୋଟ ଦେଇ ଆସିବା ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଶାୟୀ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାରେ ସହାୟକ ହେଉଛନ୍ତି। ଆମେ ଏଠି ଆମକୁ ମିଳିଥିବା ସୂଚନା ଅନୁଯାୟୀ କେବଳ ସ୍ଥାୟୀ ବାସିନ୍ଦା ମାନଙ୍କ ବିଷୟରେ କହୁଛୁ। ଯେଉଁ ମାନଙ୍କ ଭୋଟର ତାଲିକା ସଂଶୋଧନ କରିବାର କୌଣସି ଆବଶ୍ୟକତା ନ ଥାଏ। ଭୋଟର ତାଲିକାରୁ ଅନେକ ନାଗରିକଙ୍କ ନାଁ କରିବାର କାରଣ ଜାଣିବାକୁ ଚେଷ୍ଟା ଆମେ କରିଥିଲୁ। କିନ୍ତୁ କେହି କିଛି ଉତ୍ତର ଦେଇ ପାରି ନ ଥିଲେ। କେବଳ ଏତିକି ଉତ୍ତର ମିଳିଥିଲା ଯେ ନିର୍ବାଚନ ପରେ ଭୋଟର ତାଲିକା ସଂଶୋଧନ କରାଯିବ ଓ ସେହି ସମୟରେ ଯେଉଁ ମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି ସେମାନେ ଅଭିଯୋଗ କଲେ ପୁନର୍ବାର ସେମାନଙ୍କ ନାଁ ଭୋଟର ତାଲିକା ରେ ଯୋଡି ଦିଆ ଯିବ। ଏହାତ ଗଣତନ୍ତ୍ର ଓ ଏହାର ମହାନ ପର୍ବ ସାଧାରଣ ନିର୍ବାଚନ ପ୍ରତି ଅନୁଗୁଳ ଜିଲ୍ଲା ପ୍ରଶାସନ ର ଅଟହାସ୍ୟ। ସରକାରଙ୍କ ଏତେ ସଚେତନତା ସୃଷ୍ଟି କରିବା ପରେ ମଧ୍ୟ ସାଧାରଣ ଲୋକଙ୍କ ଟିକସ ଟଙ୍କାରୁ ଦରମା ପାଉଥିବା ଏହି ସରକାରି ଚାକିରିଆ ମାନେ ନିଜର ଦାୟିତ୍ୱରୁ ଏକରକମ ଓହରି ଯାଇ ବୋଧହୁଏ ବଡ ଅପରାଧ କରୁଛନ୍ତି। ଆମକୁ କିଛି ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନାଗରିକ ଏଥି ପାଇଁ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଦେଖାଯାଉ ଭୋଟଦାନର ଅଧିକାରରୁ ବଞ୍ଚିତ କରିଥିବା ଦୋଷୀ ସରକାରି କର୍ମଚାରୀ ଉଚ୍ଚ ନ୍ୟାୟାଳୟ ରୁ କିପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଉଛନ୍ତି ଯାହା ଦ୍ଵାରା ଭବିଷ୍ୟତରେ କୌଣସି ଯୋଗ୍ୟ ଭୋଟର ନିଜ ମତଦାନ କରିବାର ଅଧିକାରରୁ ବଞ୍ଚିତ ହେବେ ନାହିଁ।

Leave A Reply

Your email address will not be published.