Webportal

ଅଧ୍ୟକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଅଧ୍ୟାପିକା ମାନଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ଆଣିଲେ ଅଭିଯୋଗ

0 260

ଯେଉଁ ଅଧ୍ୟାପିକା ମାନେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନେ ଠିକ୍ ସେ ଡିୟୁଟି କରନ୍ତି ନାହିଁକି ଠିକ୍‌ଠାକ୍ ପାଠ ପଢାନ୍ତି ନାହିଁ। ତେବେ ଅଧ୍ୟକ୍ଷ ଏନେଇ ବିରକ୍ତ ହେବାରୁ। ତାଙ୍କ ନାମରେ ମଥ୍ୟା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ମାନେ।

ବାରିପଦା ଏମ୍‌ପିସି ଜୁନିୟର କଲେଜର ଅଧ୍ୟକ୍ଷଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ। ସେଇ କଲେଜର କାର୍ଯ୍ୟରତ ୪ ଜଣ ଅଧ୍ୟାପିକାଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ହେଲେ ଆଜି ଅଧ୍ୟକ୍ଷଙ୍କ ସପକ୍ଷରେ କଲେଜର କିଛି ଛାତ୍ରଛାତ୍ରି ବାହାରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କଲେଜର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଦାବି ହେଉଛି ଅଧ୍ୟକ୍ଷଙ୍କ ନାମରେ ଆସିଥିବା ଅଭିଯୋଗକୁ ନିରପେକ୍ଷ ତଦନ୍ତ କରାଯାଉ ଏବଂ ଥାନାରେ ଦିଆଯାଇଥିବା ଏତଲା ପ୍ରତ୍ୟାହାର କରାଯାଉ।

ଯେଉଁ ଅଧ୍ୟାପିକା ମାନେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନେ ଠିକ୍ ସେ ଡିୟୁଟି କରନ୍ତି ନାହିଁକି ଠିକ୍‌ଠାକ୍ ପାଠ ପଢାନ୍ତି ନାହିଁ। ତେବେ ଅଧ୍ୟକ୍ଷ ଏନେଇ ବିରକ୍ତ ହେବାରୁ। ତାଙ୍କ ନାମରେ ମଥ୍ୟା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ମାନେ। ଆମ ଅଧ୍ୟକ୍ଷ କେବେ ହେଲେ ଏଭଳି ଖରାପ କାର୍ଯ୍ୟ କରିବେ ନାହିଁ ତାଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ଵାସ ରହିଥିବା କରିଛନ୍ତି ଏମ୍‌ପିସି ଜୁନିୟର କଲେଜର କିଛି ଛାତ୍ରଛାତ୍ରୀ ମାନେ।

Leave A Reply

Your email address will not be published.