Webportal

ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗ ମୃତ

0 164

ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗ ମୃତ।ଅନୁଗୁଳ ବଉଳିଗଡ଼ ନିକଟରେ ଆଜି ସନ୍ଧ୍ୟାରେ ଅଘଟଣ ଘଟିଛି। ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଯାଇଛି। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଛି। ସୂଚନା ମୁତାବକ ବଉଳିଗଡ -ଆମନା ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଛି।ମୃତକ ହେଲେ କଲଣ୍ଡା ଗାଁର ୩୮ ବର୍ଷୀୟ ଶାନ୍ତନୁ ବେହେରା ଓ ଆମନା ଗାଁର ୩୨ ବର୍ଷୀୟ ଅନୀଲ ପ୍ରଧାନ। ଦୁଇ ସାଙ୍ଗ ତାଳଚେର ଅଞ୍ଚଳରେ ଗାଡି ଚାଳକ ଭାବରେ କାମ କରୁଥିଲେ। ସେମାନେ ଆଜି କାମ ସାରି ବାଇକରେ ଘରକୁ ଫେରୁଥିବାବେଳେ ବାଟରେ ତାଙ୍କୁ ଅଜଣା ଗାଡି ଧକ୍କା ଦେଇଥିଲା।ଫଳରେ ସେମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପାଇଁ ଦୁଇ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.