Webportal

ଅଘଟଣ; ଚଳନ୍ତା ଅଟୋ ଉପରେ ଗଛ ପଡ଼ି ଦୁଇ ମୃତ

0 140

ଅନୁଗୁଳ ଜିଲ୍ଲା ପାଳଲହଡା ବାଲିପଶି ଗ୍ରାମ ନିକଟରେ ଦିନ ଗୋଟାଏ ସମୟ ରେ ଜାତୀୟରଜପଥ 149 ରେ ଏକ ଚଳନ୍ତା ଅଟୋ ଉପରେ ରାସ୍ତା କଡ ରେ ଥିବା ଏକ ବଡ ଗଛ ପଡିଯିବା ଫଳ ରେ ଅଟୋ ରେ ବସିଥିବା ଘଟନାସ୍ଥଳରେ ତିଲେଇପଶି ଗ୍ରାମର ଜେମା ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ , ଅନ୍ୟଜଣେ ଗର୍ଭବତୀ ମହିଳା ଙ୍କୁ ମିଶାଇ ମୋଟ ଦୁଇଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପାଳଲହଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ , ଯେଉଁଠି ଅନିମା ସାହୁଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ସ୍ଥାନାନ୍ତରିତ ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମସ୍ତେ ପାଲଲହଡା ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆସି ନିଜ ଗାଁ କୁ ଫେରୁଥିଲେ I ଅନ୍ୟ ଆହତ ହେଲେ ଅନିମା ସାହଙ୍କ ସ୍ୱାମୀ କୁନା ପରିଡା I ଅନ୍ୟପଟେ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ସୁରକ୍ଷିତ ଥିବା ଜଣାପଡିଛି I ଏମାନେ ସମସ୍ତେ ଗୋଟିଏ ପରିବାର ର I ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

Leave A Reply

Your email address will not be published.