Webportal

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ

ଆଉ ୩ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଆଜି ଅଚାନକ ମାଡ଼ି ବସିଲା ଭିଜିଲାନ୍ସ

0 204

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ।ଆଉ ୩ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଆଜି ଅଚାନକ ମାଡ଼ି ବସିଲା ଭିଜିଲାନ୍ସ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ରେ ରେକର୍ଡ ସପ୍ଲାଏର ଥିବା ପୁରେନ୍ଦ୍ର କୁମାର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ।ସିଏଚଏସଇରେ ରେକର୍ଡ ସପ୍ଲାଏର ଥିବା ଶ୍ରୀ ସେଠୀଙ୍କର କାନନବିହାରଠାରେ ୧୦୮୮୦ ବର୍ଗଫୁଟ ଅଂଚଳ ଜମିରେ ୪ ମହଲା କୋଠା ରହିଛି ।ସେହିପରି ବିଭିନ୍ନ ଲୋକଙ୍କ ନାଁରେ ଶ୍ରୀ ସେଠୀ ୬ଡିସିମିଲରୁ ୧୧ଡିସିମିଲ ପରିମିତର ମୋଟ ୧୬ଟି ମୂଲ୍ୟବାନ ଜମି କ୍ରୟ କରିଛନ୍ତି ।ତାଙ୍କଠୁ ୧ଲକ୍ଷ ୭୦ହଜାର ଟଙ୍କା ନଗଦ ଅର୍ଥ ସହ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ସାମିଲ ଅଛି । ତାଙ୍କର ଟୟୋଟା ଅର୍ବାନ କ୍ରୁଜର ଓ ଟୟୋଟା ଇଟଅସ୍ ଲିଭା ଭଳି ଦୁଇଟି ଚାରିଚକିଆ ସହ ୫ଟି ଦୁଇଚକିଆ ଗାଡ଼ି ଥିବା ମଧ୍ୟ ଜଣାପଡ଼ିଛି ।ନୂଆପଡ଼ା ଜିଲ୍ଲାରେ ଗୋଟିଏ ଯୁକ୍ତ ଦୁଇ ଆବାସିକ କଲେଜ ରହିଛି।ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଏଏସଆଇ ଆଜି ସକାଳୁ ଶ୍ରୀ ସେଠୀଙ୍କ କାନନବିହାର ଘର, ଜଗତସିଂହପୁର ବାଲିକୁଦାର କେଉପଡ଼ାସ୍ଥିତ ପୈତୃକ ଘର ଓ ତାଙ୍କ ସାମନ୍ତରାପୁରସ୍ଥିତ ଅଫିସରେ ଚଢ଼ଉ କରିଛନ୍ତି ।

Leave A Reply

Your email address will not be published.