Webportal

ବୁଧବାର ସକାଳୁ ଦୁଇ ଅଲଗା ଅଲଗା ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ମୃତ

0 70

ଦୁଇ ଅଲଗା ଅଲଗା ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ମୃତ।ପ୍ରଥମ ଘଟଣାରେ ଆମ୍ବ ଗୋଟାଇବା କୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ। ମୃତ କ ଜଣ ଙ୍କ ହେଲେ ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ଧୂଳିଆ ଦେହୁରୀ (୬୦)। ସୂଚନା ଅନୂଯାୟୀ, ଆଜି ବୁଧବାର ସକାଳେ ଧୂଳିଆ ବାଘୁଆପାଟ ଗ୍ରାମ ନିକଟରେ ଥିବା ଆମ୍ବ ତୋଟା କୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଧୂଳିଆ ଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଏବଂ ପୋଲିସ ପହଁଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରୁଛି। ଅପର ପକ୍ଷରେ ଆଉ ଏକ ଦୁଃଖଦ ଘଟଣା ରେହାତୀ ଆକ୍ରମଣରେ ଆଉ ଜଣେ ମୃତ ହେବା ପରେ ଉତ୍ୟକ୍ତ ଲୋକ କଲେ ରାସ୍ତା ଅବରୋଧ। ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ସେକସନ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ଜଣକ ହେଲେ ଚନ୍ଦନପୁର ଗ୍ରାମର ଧୃବ ଚରଣ ପ୍ରଧାନ ଙ୍କ ପୁଅ ଭୋଳୁଶ୍ୱର ପ୍ରଧାନ । ସୂଚନା ଅନୁଯାୟୀ ଭୋଳୁଶ୍ୱର ଘଟଣା ନିକଟରେ ଥିବା ଏକ ଆମ୍ବ ବଗିଚା କୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ ।ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ଆମ୍ବ ବଗିଚା ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆମ୍ବ ବଗିଚା ନିକଟରେ ଥିବା ଅନ୍ୟ ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ଘଟଣା ବିଷୟରେ ଜାଣି ପରିବାର ଲୋକ ଏବଂ ଗ୍ରାମବାସୀ ଙ୍କୁ ଖବର୍ ଦେଇଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ମାନେ ଭୋଳୁଶ୍ୱର ଙ୍କ ମୃତ ଅବସ୍ଥାରେ ଦେଖି କରତପଟା ଏବଂ ପୁରୁଣାଗଡ ରାସ୍ତା କୁ ଅବରୋଧ କରି ବସିଛନ୍ତି। ଖବର ପାଇ ବନ ବିଭାଗ ଏବଂ ପୋଲିସ ପହଁଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରୁଛି।

Leave A Reply

Your email address will not be published.