Webportal

ଭୟଙ୍କର ଅଗ୍ନିକାଣ୍ଡ : ଜିଅନ୍ତା ଜଳିଗଲେ ଯୁବକ

0 291

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଭୟାନକ ଅଗ୍ନିକାଣ୍ଡ। ଜିଅନ୍ତା ଜଳିଗଲେ ଯୁବକ। ସୋମବାର ଭୋର୍ ସମୟରେ ଅଗ୍ନିକାଣ୍ଡ ଘଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ସୂଚନାନୁଯାୟୀ, ଜୟପୁର ଅଞ୍ଚଳର ରାଧା ମୋହନ ସାହୁଙ୍କ ପୁଅ ସରୋଜ ସାହୁ (୩୫ ବର୍ଷ) ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସରୋଜ ଗତକାଲି ଏକାକି ଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଛୁଆ କେଉଁଆଡ଼େ ଚାଲି ଯାଇଥିଲେ। ସୋମବାର ଭୋର୍ ୪ଟା ବେଳକୁ ପଡୋଶୀ ଘର ଲୋକ ସରୋଜଙ୍କ ଘରେ ନିଆଁ ଲାଗିଥିବା ଦେଖି ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସାଢେ ୪ଟା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ସରୋଜଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ସରୋଜଙ୍କ ମୃତ୍ୟୁ ହୋଇ ସାରିଥିଲା। ତେବେ କେଉଁ ପରିସ୍ଥିତିରେ ସରୋଜଙ୍କ ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.