Webportal

ବଡ ମଦ ବ୍ୟବସାୟୀଙ୍କ ଉପରେ ସକାଳୁ ସକାଳୁ ଆୟକର ବିଭାଗର ଚଢଉ

ଟିକସ ଫାଙ୍କି ତଥ୍ୟ ସାମ୍ନାକୁ ଆସିବ କି ସବୁ ଠିକଅଛି ବୋଲି କୁହାଯିବ ତାହା ପରେ ଜଣାପଡ଼ିବ

0 515

ଅନୁଗୁଳ କରଡଗାଡିଆ ବାସିନ୍ଦା ମଦ ବ୍ୟବସାୟ ର ମହାରାଜା ବୋଲାଉଥିବା ବିକ୍ରମ ସାହୁଙ୍କ ଘରେ ବଡ ଧରଣର ଆୟକର ବିଭାଗର ରେଡ଼ ହୋଇଛି। ଅନୁଗୁଳ ସହିତ ତାଳଚେର, କାମାକ୍ଷାନଗର ଢେଙ୍କାନାଳ, ଭୁବନେଶ୍ୱର ଏବଂ ପୁରୀରେ ଏକକାଳୀନ ରେଡ଼ ହେଉଥିବା ସୂଚନା ମିଳିଛି। ଆୟକର ଫାଙ୍କିଥିବା ଅଭିଯୋଗ ନେଇ ଏହି ରେଡ଼ ଚାଲିଥିବା ସୂଚନା ମିଳିଛି। IT ବା ଆୟକର ବିଭାଗର ୩ ଜଣିଆ ଟିମ ତାଙ୍କର କରଡ଼ାଗାଡ଼ିଆ ସ୍ଥିତ ଗୋଦାମରେ ମଧ୍ୟ ରେଡ଼ କରୁଛି। କିନ୍ତୁ କ୍ୟାମେରା ଆଗରେ ଆୟକର ବିଭାଗର କୌଣସି ଅଫିସର ମତ ଦେବାପାଇଁ ମନା କରିଛନ୍ତି।ଆୟକର ଫାଙ୍କି ଅଭିଯୋଗ ରେ ଅନୁଗୁଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଚଢ଼ଉ ଜାରି ରହିଛି।ଆୟକର ଫାଙ୍କି ଅଭିଯୋଗ ରେ ଆୟକର ବିଭାଗ ପକ୍ଷରୁ ଏହି ବଡ଼ ଧରଣର ଚଢ଼ଉ ଜାରି ରହିଛି। ତାଙ୍କର ମଦଭାଟି ଓ ପେଟ୍ରୋଲ ଟାଙ୍କିରେ ବି ସକାଳୁ ଚଢ଼ଉ ଚାଲିଛି।ଏବେ ବିକ୍ରମ ସାହୁଙ୍କ ଶକ୍ତି ଇଣ୍ଟରନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ। ପାରଳାଖେମୁଣ୍ଡିରେ ଥିବା ତାଙ୍କ ସମୁଦିଙ୍କ ଘରେ ବି ଚଢ଼ଉ ହେଉଥିବାର ସୂଚନା ରହିଛି। ଏହାଛଡ଼ା ଢେଙ୍କାନାଳ, ତାଳଚେର, କାମାକ୍ଷାନଗର, ଭୁବନେଶ୍ବର ଓ ପୁରୀରେ ବି ଏହି ଚଢ଼ଉ କରାଯାଉଛି। ‌ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।ଏଣେ ଚଢ଼ଉ ସଂପର୍କରେ ମଦ ବ୍ୟବସାୟୀ ବିକ୍ରମ ସାହୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ଚଢଉ ପରେ ଏହି ମଦ ବ୍ୟବସାୟୀଙ୍କ ଦ୍ଵାରା ଟିକସ ଫାଙ୍କି ଅଭିଯୋଗର ସତ୍ୟତା ସାମ୍ନାକୁ ଆସିବ ନା ଚିରାଚରିତ ଭାବେ ଆୟକର ବିଭାଗ ପକ୍ଷରୁ ସବୁ ଠିକ ଅଛି ବୋଲି ବକ୍ତବ୍ୟ ଦିଆଯିବ ତାହା ଜଣାପଡ଼ିବ।

Leave A Reply

Your email address will not be published.