Webportal

ସାମ୍ନାକୁ ଆସିଲା ଅନୁଗୁଳ ପୋଲିସ ର ପାରିବାପଣିଆ

ହାଇୱା ଚୋର ଧରାହେଲା ସପ୍ତାହକ ମଧ୍ୟରେ

0 265

ସାମ୍ନାକୁ ଆସିଲା ଅନୁଗୁଳ ପୋଲିସ ର ପାରିବାପଣିଆ । ହାଇୱା ଚୋର ଧରାହେଲା ସପ୍ତାହକ ମଧ୍ୟରେ।ଅନୁଗୁଳ ଟାଉନ ଥାନାରେ ଏହି ମାସ ୧୮ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ଅନୁଯାୟୀ ୧୭ ଓ ୧୮ ତାରିଖ ରାତିରେ ଅନୁଗୁଳ ସହର ର ହେମସରପଡ଼ା ଅଞ୍ଚଳରୁ ଏକ ହାଇୱା ଚୋରି ହୋଇଥିଲା। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ପୋଲିସ ଅଧିକାରୀ ଓ ଆଇଆଇସି ଙ୍କ ନେତୃତ୍ୱରେ ବିଭିନ୍ନ ଟିମ ଗଠନ କରାଯାଇ ଥିଲା। ତଦନ୍ତରେ ପୋଲିସ ଜାଣିବାକୁ ପାଇଥିଲା ଯେ ଉକ୍ତ ରାତିରେ ଗାଡ଼ି ଚୋରି କରିବାରେ ଏକ ଡିଜାଆଇଆର କାର ରେ ଥିବା ବ୍ୟକ୍ତି ମାନଙ୍କର ହାଠ ଥିଲା। ସେମାନେ ଚୋରି ଗାଡ଼ିକୁ କାର ଆଗେ ଆଗେ ନେଇ ଜାତୀୟ ରାଜପଥ ର ଟିକିଏ ଭିତରକୁ ଚାଲି ଯାଇଥିଲେ। ସେଠାରେ ଗାଡ଼ିର ଜିପିଏସ ଖୋଲି ଦେଇଥିଲେ। ତା ପରେ ସେମାନେ ଚୋରି ଗାଡ଼ିକୁ ନେଇ ବିଭିନ୍ନ ଜାଗା ବୁଲୁଥିଲେ ଓ ଗାଡ଼ି ଲୁଚାଇବା ପାଇଁ ସଠିକ ଜାଗା ଅଭାବରୁ ଗାଡ଼ିଟି ଆଣି ଜରପଡା ଜିନ୍ଦଲ ରାସ୍ତାର ଭିତର ଅଞ୍ଚଳରେ ରଖିଦେଇ ନିଜ କାର ରେ ବାହାରକୁ ଚାଲି ଯାଇଥିଲେ। ଅନୁଗୁଳ ପୋଲିସ ଟିମ ସେହି କାର କୁ ଓଡ଼ିଶା ଛତିଶଗଡ ସୀମାରେ ଧରିବାକୁ ସକ୍ଷମ ହୋଇଥିଲେ। ସେହି ସମୟରେ କାର ରେ ବସିଥିବା ଦୁଇ ଜଣ ଅପରାଧୀ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ମୂଖ୍ୟ ଅଭିଯୁକ୍ତ ମଇମ ଖାନ ପୋଲିସ ହାତରେ ଧରା ପଡ଼ିଥିଲା। ପରେ ସେ ପୋଲିସ କୁ ଆଣି ଚୋରି ଗାଡ଼ି ଲୁଚାଇଥିବା ଜାଗାରେ ପହଞ୍ଚିଥିଲା। ପୋଲିସ ଚୋରି ଗାଡ଼ି ସହିତ ଚୋରିରେ ବ୍ୟବହୃତ କାର ସମେତ ଜିପିଏସ ଜବତ କରିଛି ଓ ଅନ୍ୟ ଫେରାର ଅପରାଧୀ ମାନଙ୍କ ତଲାସ ଜାରି ରଖିଛି। ଏ ସମସ୍ତ ତଥ୍ୟ ଅନୁଗୁଳ ଉପଖଣ୍ଡ ପୋଲିସ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି।

Leave A Reply

Your email address will not be published.