Webportal

କାମ ନକଲେ କଟକ ଛାଡ

ବାଲିଯାତ୍ରା ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡିଲେ କଟକ-ବାରବାଟୀ ବିଧାୟକା

0 275

କାମ କରି ନ ହେଲେ କଟକ ଛାଡ । ଆଜି କିଛି ଏଭଳି ଚେତାବନୀ ଦେଇ ବର୍ଷିଛନ୍ତି କଟକ -ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତକାଲି ଯାତ୍ରା ଦେଖିବାକୁ ଯାଉଥିବା ବେଳେ କରେଣ୍ଟ ଲାଗି ଛାତ୍ରଙ୍କ ମୃତ୍ୟୁ ଓ ବାଲିଯାତ୍ରା ମଞ୍ଚ ରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଶୋ କୁ ଅଧାରୁ ବନ୍ଦ କରିବା ଘଟଣାକୁ ନେଇ ସେ ବର୍ଷିଛନ୍ତି । ବାରବାଟୀ କଟକ ବିଧାୟିକା କହିଛନ୍ତି ଏଭଳି ହେବା ଦ୍ଵାରା ବାଲିଯାତ୍ରା ର ମର୍ୟ୍ୟାଦା ହାନି ହେବା ସହ ଲୋକଙ୍କ ମନକୁ ଆଘାତ ପହଁଞ୍ଚିଛି । ଏବେବି ପୂର୍ବ ସରକାର ଭଳି ଏ ସରକାରରେ ଅଫିସର ରାଜ ଚାଲିଛି। ଦାୟିତ୍ୱହୀନ ଭାବେ ଯେଉଁ ଅଫିସର କାମ କରୁଛନ୍ତି ସେମାନେ ଦାୟିତ୍ୱବାନ ହୁଅନ୍ତୁ ନଚେତ୍ କଟକ ଛାଡନ୍ତୁ ବୋଲି କହିଛନ୍ତି ସୋଫିଆ ଫିର୍ଦ୍ଦୋଶ ।ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନରେ ଅବ୍ୟବସ୍ଥାକୁ ନେଇ ଏବେ ସବୁଠି ଚର୍ଚ୍ଚା। ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନିଜେ ରାଗିଥିଲେ। ଅଧିକ ସଂଖ୍ୟକ ଅତିଥି ଥିବା ବେଳେ ପ୍ରଶାସନ ଗୋଟିଏ ବ୍ୟାଟେରୀ ଗାଡିର ବ୍ୟବସ୍ଥା କରିଥିଲା, ଯାହାକୁ ନେଇ ବିରକ୍ତି ପ୍ରକାଶ କରି ଚାଲି ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ | ସେପଟେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ କାର୍ଯ୍ୟକ୍ରମ ଅଧାରୁ ମଞ୍ଚ ତଳକୁ ପୋଲିସ ଓହ୍ଲାଇଦେଇଥିଲା | ଏଥର ବାଲିଯାତ୍ରାର ଉଦଘାଟନୀ ଦିନରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହାକୁ ନେଇ ବାରବାଟୀ-କଟକ ବିଧାୟିକା ତଥା କଂଗ୍ରେସ ନେତ୍ରୀ ସୋଫିଆ ଫିରୋଦସ ସରକାରୀ କର୍ମଚାରୀ ମାନଙ୍କୁ କଡା ଭାଷାରେ ତାଗିଦ କରିଛନ୍ତି। ଯେଉଁ ଅଫିସରଙ୍କର କାମ କରିବାର ଇଚ୍ଛା ନାହିଁ। ସେମାନେ କଟକ ଛାଡ଼ି ଚାଲିଯାଆନ୍ତୁ ବୋଲି କହିଛନ୍ତି ସୋଫିଆ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଜି ସୋଫିଆ କହିଛନ୍ତି, ଚଳିତ ବାଲିଯାତ୍ରାରେ ଘୋର ଅବ୍ୟବସ୍ଥା ଦେଖା ଦେଇଛି। ପରିଚାଳନାରେ ବିଶେଷ ତ୍ରୁଟି ଦେଖିବାକୁ ମିଳିଛି। ବାଲିଯାତ୍ରାର ନିମନ୍ତ୍ରଣ ପତ୍ରରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନାଁ ନଥିଲା। ଏଭଳି ମନମାନି କାମ ଅଫିସର ମାନେ ହିଁ କରିଛନ୍ତି। ଯାହା ବି ତ୍ରୁଟି ସାମ୍ନାକୁ ଆସିବ ତାକୁ ଆମେ ବିରୋଧ କରିବୁ ବୋଲି କହିଛନ୍ତି ସୋଫିଆ।ସେ ଆହୁରି କହିଛନ୍ତି, ବାଲିଯାତ୍ରା ଗୋଟରେ ପ୍ରାଇଭେଟ ଇଭେଣ୍ଟ ନୁହେଁ। କଟକକୁ ବାହାରୁ ଯେଉଁମାନେ ଆସନ୍ତି। ଆମେ ତାଙ୍କୁ ସମ୍ମାନର ସହ ସ୍ବାଗତ କରୁ। କଟକବାସୀଙ୍କ ମନ ଖୋଲା। ସେଥିପାଇଁ ତ ସମସ୍ତେ କୁହନ୍ତି କଟକ ଭାଇଚାରାର ସହର। ହେଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଯେଉଁଭଳି ଭାବେ ପୁଲିସ ମଞ୍ଚରୁ ତଳକୁ ଆଣିଥିଲା ତାହା ଠିକ୍‌ ନୁହେଁ। ମଞ୍ଚ ଉପରକୁ ଚଢ଼ିବାକୁ ପୁଲିସକୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ ଫିରଦୋସ। କିଛି ଅଫିସରଙ୍କ ମନମାନି ଯୋଗୁଁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି। ଯେଉଁ ଅଫିସରଙ୍କ କାମ କରିବାର ଇଚ୍ଛା ନାହିଁ। ସେମାନେ କଟକ ଛାଡ଼ି ଚାଲିଯାଆନ୍ତୁ ବୋଲି ସୋଫିଆ କହିଛନ୍ତି।

Leave A Reply

Your email address will not be published.