Webportal

୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

ଏ ତ ସମୁଦ୍ରରୁ ସଂଖେ

0 255

୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ। ଅନୁଗୁଳ ବନ ଖଣ୍ଡ କୁ ମିଳିଛି ବଡ ସଫଳତା । ବନଖଣ୍ଡ ଅନୁଗୁଳ ରେଞ୍ଜ୍ ଅଧୀନରେ ଆସୁଥିବା ସିପିପି ଛକ ଠାରୁ ଏକ ୧୦ ଚକିଆ ଟ୍ରକ ସହ କେନ୍ଦୁପତ୍ର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ସୂଚନା ଯେ, ଆଠମଲ୍ଲିକ ଅଞ୍ଚଳ କଟକ ଅଞ୍ଚଳକୁ ଏକ ୧୦ ଚକିଆ ଟ୍ରକ ରେ ବେଆଇନ୍ ଭାବେ କେନ୍ଦୁପତ୍ର ବୋଝେଇ ଯାଉଥିବା ବନ ବିଭାଗ ବିଶେଷ ସୂତ୍ର ରୁ ଖବର୍ ପାଇଁ ଥିଲା। ଅନୁଗୁଳ ବନ ଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍ ସିପିପି ଛକ ଠାରେ ଏହି ୧୦ ଚକିଆ ଟ୍ରକ କୁ ଯାଞ୍ଚ କରିଥିଲେ। ଏହି ଟ୍ରକ ରେ ବେଆଇନ ଭାବେ କେନ୍ଦୁପତ୍ର ବୋଝେଇ ବାହାର ରାଜ୍ୟ କୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଏହି କେନ୍ଦୁପତ୍ର ର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।

Leave A Reply

Your email address will not be published.