Webportal

CAA ଅଧିନରେ ୧୪ ଜଣଙ୍କୁ ମିଳିଲା ଭାରତୀୟ ନାଗରିକତା

0 264

ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଅନୁଯାୟୀ ବୁଧବାର ଗୃହ ମନ୍ତ୍ରଣାଳୟ ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ‘ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ପରେ ପ୍ରଥମ ସେଟ୍ ନାଗରିକତ୍ୱ ପ୍ରମାଣପତ୍ର ବୁଧବାର ସରକାର ଜାରି କରିଛନ୍ତି।

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଗୃହ ସଚିବ ଆବେଦନକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନାଗରିକତା (ସଂଶୋଧନ) ନିୟମ, ୨୦୨୪ର ପ୍ରମୁଖ ବୈଶିଷ୍ଟ୍ୟଗୁଡିକ ଉପରେ ଆଲୋକପାତ କରିଥିଲେ।

ଲୋକସଭା ନିର୍ବାଚନ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ମାର୍ଚ୍ଚ ୧୧ ରେ ନାଗରିକତ୍ୱ (ସଂଶୋଧନ) ଆଇନ କେନ୍ଦ୍ର ସରକାର ଲାଗୁ କରିଥିଲେ। ଭାରତୀୟ ନାଗରିକତ୍ୱ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଆବେଦନ ଗ୍ରହଣ କରିବାକୁ ସିଏଏ ନିୟମ ଜିଲା ସ୍ତରୀୟ କମିଟି (DLC) କୁ ଅନୁମତି ପ୍ରଦାନ କରେ। ନାଗରିକତ୍ୱ ପ୍ରଦାନ ପୂର୍ବରୁ ଆବେଦନଗୁଡିକ ଯାଞ୍ଚ କରିବାକୁ ସେମାନେ ରାଜ୍ୟ ସ୍ତରୀୟ ସଶକ୍ତ କମିଟିକୁ ମଧ୍ୟ ଅଧିକ ସଶକ୍ତ କରାଯାଇଛି।

Leave A Reply

Your email address will not be published.