Webportal

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆଜି ତୃତୀୟ ଥର ପାଇଁ ମହିଳା ଥାନା ଦ୍ୱାରସ୍ଥ

0 227

ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲା ପ୍ରେମ,ପ୍ରତାରଣା ଓ ଯୌନ ନିର୍ଯାତନାର ଅଭିଯୋଗ କରି ଆଜି ତୃତୀୟ ଥର ପାଇଁ ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଗୋଟେ ପରେ ଗୋଟେ ଅଭିଯୋଗ ଆଣି ଚର୍ଚ୍ଚାରେ ସଂଯୁକ୍ତା | ବିଜେଡିର କୌଣସି ନେତା କି ନେତ୍ରୀ ତାଙ୍କୁ ସହଯୋଗ କରିବା ତ ଦୂର କଥା ତାଙ୍କୁ ସମବେଦନା ପାଇଁ ମଧ୍ୟ ପାଟି ଫିଟାଉନାହାନ୍ତି |

ଶ୍ରୀକାନ୍ତ ମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ୨ମାସ ପରେ ଗୋପାଳପୁରସ୍ଥିତ ଏକ ପ୍ରତିଷ୍ଠିତ ତାରକା ହୋଟେଲ ଆୟୋଜିତ ସକ୍ସେସ ପାର୍ଟିରେ ଭୁବନେଶ୍ୱରରୁ ସଂଯୁକ୍ତାଙ୍କ ସହ ଯାଇଥିବା ଦଳର ଆଗଧାଡ଼ିର ନେତ୍ରୀମାନେ ଉଭୟଙ୍କ ସମ୍ପର୍କ ଜାଣି ମଧ୍ୟ ଏବେ ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସଂଯୁକ୍ତା ପୁଣିଥରେ ଆଜି ମହିଳା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଦୀର୍ଘ ୯ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରତାରଣା କରୁଛନ୍ତି । ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଶ୍ରୀକାନ୍ତ ତାଙ୍କୁ ଦେଇଛନ୍ତି । ସେ ପତ୍ନୀ ଭାବେ ତାଙ୍କ ଅଧିକାର ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି ସଂଯୁକ୍ତା କହିଛନ୍ତି ।

Leave A Reply

Your email address will not be published.