Webportal

ହକି ବିଶ୍ବକପ୍‌: ଆଜିଠାରୁ ଅଫ୍‌ଲାଇନ୍‌ରେ ଟିକେଟ୍‌; କଳିଙ୍ଗ ଷ୍ଟାଡିୟମର ୮ ନଂ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ୬ ନଂ ଗେଟ୍‌ରେ କାଉଣ୍ଟର ବ୍ୟବସ୍ଥା

0 217

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଉଭୟ ହକି ଖେଳାଳି ଓ ଦର୍ଶକମାନେ ପୁଣି ଥରେ ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଆଜି ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟରେ ହକି ଟିକଟେ୍‌ ମିଳିବ। ସେହିପରି ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରେ ଦର୍ଶକମାନେ ନିଜର ଟିକେଟ ପାଇପାରିବେ।

କଳିଙ୍ଗ ଷ୍ଟାଡିୟମ୍‌ରେ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ସେହିଭଳି ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଓ  ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପାଇଁ ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦, ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦ ଆଉ ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ହକି ବିଶ୍ବକପରେ ଭାରତ ଜାନୁଆରି ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ। ବିଶ୍ବକପରେ ୧୬ଟି ଟିମ୍‌ ଯୋଗଦେବେ। ମୋଟ ୪୪ଟି ମ୍ୟାଚ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡାରେ ୨୦ ହଜାର ଓ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୫ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ। ସେହିପରି ଭୁବନେଶ୍ବରରେ ଅବଶିଷ୍ଟାଂଶ ୨୪ଟି ମ୍ୟାଚର ଆୟୋଜନ ହେବ।

Leave A Reply

Your email address will not be published.