Webportal

ମଦ ପିଇଥିବାର ମିଛ ଚାଲାଣ କଟିବା ନେଇ ଥାନା ର ଦ୍ୱାରସ୍ଥ ହେଲେ ମହିଳା

0 198

ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ଅଞ୍ଚଳରେ ରହୁଥିବା ମିନା ଚୌଧୁରୀ ନାମଙ୍କ ମହିଳା ଙ୍କର ମିଛ ଚାଲାଣ କଟିବା ନେଇ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଙ୍କ ଅଭିଯୋଗ ଯେ, ଗତ ୩ ତାରିଖ ଦିନ ଶିମିଳିପଡା ଛକ ନିକଟରେ ଯାଉଥିବା ସମୟରେ ଅନୁଗୋଳ ପରିବହନ ବିଭାଗ ତରଫରୁ ଗାଡି ଚେକିଂ ଚାଲିଥିଲା। ମହିଳା ଜଣଙ୍କ ହେଲମେଟ ପିନ୍ଧି ନଥିବାରୁ ମହିଳା ଙ୍କୁ ଅଟକାଇ ଥିଲେ। ହେଲମେଟ ବାବଦକୁ ୧୦୦୦ ଟଙ୍କା ଇ-ଚାଲାଣ କଟା ଯିବ ବୋଲି କହିଥିଲେ ପରିବହନ ବିଭାଗ। ମହିଳା ଜଣଙ୍କ ଘର କୁ ଆସି ଅନଲାଇନ ଚେକିଂ କରିବା ପରେ ଜଣା ପଡିଲା ଯେ,୮୦୦୦ ଟଙ୍କା ର ଚାଲାଣ କଟିବା ସହ ୧୦୦ ମିଲିମିଟର ମଦ ପିଇ ଥିବା ଓ ବ୍ରିଥ୍ ଆନାଲାଇଜର ଟେଷ୍ଟ କରା ଯାଇଛି ବୋଲି ଚାଲାଣରେ ଉଲେକ୍ଷ ରହିଛି। ଏହା ଜାଣିବା ପରେ ମହିଳା ଜଣଙ୍କ ଅନୁଗୁଳ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଭଳି କ୍ଷେତ୍ର ରେ ହୋଇଥିବା ତାଙ୍କ ମାନହାନି ପାଇଁ କିଏ ଦାୟି ରହିବ ବୋଲି ମହିଳା ଜଣ ଙ୍କ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ପୀଡ଼ିତା ଜଣଙ୍କ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ରୁଜ୍ଜୁ କରିବାକୁ ଚିନ୍ତା କରୁଥିବା ଜଣାପଡିଛି।

Leave A Reply

Your email address will not be published.