Webportal

ରବି ଫସଲ ସମ୍ପର୍କରେ ବୈଠକ ଅନୁଷ୍ଠିତ

0 182

ଅନୁଗୁଳ ଜିଲ୍ଲାର ଚାଷୀ ମାନେ କିପରି ରବି ଫସଲ ଉତ୍ପାଦନ ଓ କିଣାବିକା କରିବାରେ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଅାଜି ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅାଠମଲ୍ଲିକ ,ଅନୁଗୋଳ ,ତାଳଚେର ଓ ଛେଣ୍ଡିପଦା ବିଧାୟକ ଯୋଗ ଦେଇ ନିଜ ନିଜ ନିର୍ବାଚନ ମଣ୍ଡଳୀର ଚାଷୀ ମାନଙ୍କର ସମସ୍ୟାର ସମାଧାନ ଉପରେ ଅାଲୋଚନା କରିଥିଲେ ।ଚାଷୀ ମାନେ କିପରି ମଣ୍ଡିରେ ସହଜରେ ଧାନ ବିକ୍ରି କରିପାରିବେ ଏବଂ ସହଜରେ କିପରି ସବୁ ମଣ୍ଡିରେ ଅଖା ଯୋଗାଇ ଦିଅାଯିବ ସେହି ବିଷୟରେ ଅାଲୋଚନା କରାଯାଇଥିଲା ।ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ,କୃଷି ଅଧିକାରୀ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.