Webportal

ଜାତି କାର୍ଡ : ଆପ୍ ଖେଳିଲା ରାଜପୁତ୍ କାର୍ଡ, କହିଲା ମନୀଷ ସିସୋଦିଆ ମହାରାଣା ପ୍ରତାପଙ୍କ ବଂଶଜ

0 126

ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଦୁର୍ନୀତି ହୋଇଛି ବୋଲି କୁହାଯାଉଥିବା ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆଉ୧୩ଜଣଙ୍କ ନାମରେ ‘ସିବିଆଇ’ ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଛି। ଏହି ମାମଲାରେ ‘ସିବିଆଇ’ ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ରେ ମନୀଷ ସିସୋଦିଆଙ୍କ ସମେତ ୧୪ଜଣ ବ୍ୟକ୍ତିଙ୍କ ନାମ ରହିଛି। ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର୍‌’ ଜାରି ପରେ ଆପ୍ ସିସୋଦିଆଙ୍କୁ ନେଇ ଏକ ବଡ଼ ଦାବି କରିଛି। ମନୀଷ ସିସୋଦିଆ ମହାରାଣା ପ୍ରତାପଙ୍କ ବଂଶଜ ବୋଲି କହିଛି ଆପ୍।

ସିସୋଦିଆକୁ ମହାରାଣା ପ୍ରତାପଙ୍କ ବଂଶଧର ବୋଲି କହି ଦଳ ଗୁଜୁରାଟରେ ରାଜପୁତଙ୍କୁ ନିଜ ସମର୍ଥନକୁ ଆଣିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଗୁଜୁରାଟର ଆପ ନେତା ଇସୁଦାନ ଗଢ଼ବି ଏହି ବିଷୟରେ ଏକ ଟୁଇଟ୍ କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ରିଟ୍ୱିଟ କରିଥିବା ଦେଖାଯାଇଛି। ଇସୁଦାନ ଟ୍ୱିଟ୍ କରି କହିଛନ୍ତି ଯେ, ମିଥ୍ୟା ଅଭିଯୋଗରେ ମହାରାଣା ପ୍ରତାପଙ୍କ ବଂଶଧର ମନୀଷ ସିସୋଦିଆଜୀଙ୍କୁ ବିଜେପି ହଇରାଣ କରୁଛି। ଏହି କାରଣରୁ ଗୁଜୁରାଟର ରାଜପୁତ ଯୁବପିଢ଼ିମାନଙ୍କ ମଧ୍ୟରେ ବହୁତ କ୍ରୋଧ ଦେଖାଦେଇଛି। ଆଗାମୀ କିଛି ଦିନ ମଧ୍ୟରେ, ୫୦୦୦ରୁ ଅଧିକ ରାଜପୁତ ଯୁବକ ଆପରେ ଯୋଗଦେବେ। ଏବେ ବି ବହୁ ସଂଖ୍ୟାରେ ଲୋକ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଉଛନ୍ତି।

ଏହାପୂର୍ବରୁ ଦଳର ମୁଖପାତ୍ର ତଥା ସାଂସଦ ସଞ୍ଜୟ ସିଂ ମଧ୍ୟ ସିସୋଦିଆଙ୍କୁ ମହାରାଣା ପ୍ରତାପଙ୍କ ବଂଶଧର ବୋଲି କହି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଅନୁରାଗ ଠାକୁରଜୀଙ୍କୁ ଅତି କମରେ ସିସୋଦିଆ ରାଜବଂଶର ଇତିହାସ ପଢ଼ିବାର ଥିଲା।  ମନୀଷ ସିସୋଦିଆଙ୍କ ସହ ଲଢ଼ନ୍ତୁ, ତାଙ୍କ ନାମ ପରିବର୍ତ୍ତନ କରିବାର କ୍ଷମତା କାହାରି ପାଖରେ ନାହିଁ। ସିସୋଦିଆ ମହାରଣା ପ୍ରତାପଜୀଙ୍କର ବଂଶଧର। ଆଗକୁ ଭାବି ଚିନ୍ତି ତାଙ୍କ ବିଷୟରେ କହିବ।

Leave A Reply

Your email address will not be published.