Webportal

ଅପେକ୍ଷାର ଅନ୍ତ; ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ*ଦେବେନ୍ଦ୍ର ଫଡନବିସଙ୍କୁ ଗୁରୁତ୍ଵପୂର୍ଣ୍ଣ ଗୃହ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ

0 160

ମହାରାଷ୍ଟ୍ରରେ ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିନ୍ଦେ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ବହୁ ଗୁରୁତ୍ଵପୂର୍ଣ୍ଣ ଗୃହ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି।୪୦ ଦିନର ଅପେକ୍ଷା ପରେ ଗତ ମଙ୍ଗଳବାର ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ବହୁ ପ୍ରତୀକ୍ଷିତ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଥିଲା। ଏଥିରେ ମୋଟ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୨୦ ହୋଇଥିଲା। ଉଭୟ ଶିନ୍ଦେ ଗୋଷ୍ଠୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ଯଥାକ୍ରମେ ନଅ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

ସୂଚନାଯୋଗ୍ୟ ଯେ, ଶିବସେନାରେ ଏକନଥ ଶିନ୍ଦେଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଜୁନ୍‌ ୩୦ ତାରିଖରେ ଶିନ୍ଦେ ଏବଂ ଫଡ୍‌ନବିସ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରେ ଦୀର୍ଘଦିନ ଧରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନ ହେବାରୁ ସରକାରଙ୍କୁ ବିରୋଧୀ ସମାଲୋଚନା କରିଥିଲେ। ଏହାପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଥିଲେ ମଧ୍ୟ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇନଥିଲା। ତେବେ ଆଜି ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.