Webportal

କଂଗ୍ରେସ ଉପରେ ପାଲଟା ଅଭିଯୋଗ ଆଣିଲେ ସ୍ମୃତି ଇରାନୀ

0 131

ସ୍ମୃତି ଇରାନୀ କଂଗ୍ରେସ ଦ୍ବାରା ତାଙ୍କ ଝିଅ ଉପରେ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ମୋ ଝିଅ ବାର୍ ଚଲାଏନି ।

ସେ କହିଛନ୍ତି କି କଂଗ୍ରେସ ତାଙ୍କ ଝିଅର ଚରିତ୍ର ସଂହାର କରୁଛି । କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା କି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ବେଆଇନ ଭାବେ ବାର୍ ଚଳାଉଛନ୍ତି । ଖାଲି ଏତିକି ନୁହେଁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରନାଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି । ସ୍ମୃତି ଇରାନୀଙ୍କ ଝିଅ ବି କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ସାମ୍ବାଦିକ ସମ୍ମିଳନୀ କରି ସ୍ମୃତି ଇରାନୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଇରାନୀଙ୍କ ୧୮ ବର୍ଷର ଝିଅ ନାମରେ ବାର ଚାଲୁଛି। ଜୟରାମ ରମେଶ ପ୍ରଧାନମନ୍ତ୍ରୀ ତୁରନ୍ତ ସ୍ମୃତି ଇରାନୀଙ୍କ ଇସ୍ତଫା ନିଅନ୍ତୁ ବୋଲି ଦାବି କରିଥିଲେ। ଇରାନୀଙ୍କ ଉପରେ କେବଳ ଏହା ଏକ ଅଭିଯୋଗ ନୁହେଁ ଆରଟିଆଇରୁ ମିଳିଥିବା ତଥ୍ୟ ଆଧାରରେ ଏହି କଥା କହୁଛୁ ବୋଲି ଦୁଇ କଂଗ୍ରେସ ନେତା ପବନ ଖେଡା ଏବଂ ଜୟରାମ ରମେଶ କହିଥିଲେ।

Leave A Reply

Your email address will not be published.