Webportal

ବେଳେ ବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲେ : ଅଖିଳେଶ ଯାଦବ

0 152

ଉତ୍ତରପ୍ରଦେଶର ଜଳଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଯୋଗୀ ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଏନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ କରି ଦୀନେଶ ଖଟିକଙ୍କ ଚିଠି ବିଷୟରେ ପୋଷ୍ଟ କରି କଟାକ୍ଷ କରିଛନ୍ତି।ସେ ଲେଖିଛନ୍ତି ଯେ ବେଳେବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲିଥାଏ। ଅଖିଳେଶ ଆହୁରି କହିଛନ୍ତି ଯେଉଁଠାରେ ମନ୍ତ୍ରୀ ହେବାର ଗୌରବ ନାହିଁ କିନ୍ତୁ ଦଳିତ ହେବାର ଅପମାନ ମିଳିଥାଏ, ଏଭଳି ଭେଦଭାବକାରୀ ଭାଜପା ସରକାରରୁ ଇସ୍ତଫା ଦେବା ଆମ ସମାଜର ମୂଲ୍ୟବୋଧକୁ ରଖିବାର ଏକମାତ୍ର ଉପାୟ।

ସୂଚନା ଅନୁସାରେ ଆଜି ଯୋଗୀ ମନ୍ତ୍ରୀମଣ୍ଡଳର ଜଳଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ଅଭିଯୋଗ ଆଣିଥିଲେ ଯେ ସେ ଜଣେ ଦଳିତ ହୋଇଥିବାରୁ ତାଙ୍କୁ ତାଙ୍କ ବିଭାଗରେ ଉପଯୁକ୍ତ ସମ୍ମାନ ଦିଆଯାଉନାହିଁ ଓ ଅଧିକାରୀ ମାନେ ତାଙ୍କ କଥା ଶୁଣୁନାହାନ୍ତି। ତାଙ୍କ ଇସ୍ତଫା ପରେ ଅଖିଳେଶ ଯାଦବ ଯୋଗୀଙ୍କୁ କଟାକ୍ଷ କରି ଏଭଳି ଟୁଇଟ କରିଛନ୍ତି।

Leave A Reply

Your email address will not be published.