Webportal

କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣସେବାୟତ, ଚାରମାଳ ଉପରେ ଚଢ଼ିଗଲେ ବୃଦ୍ଧା

0 133

ରଥଯାତ୍ରାରେ କର୍ଡନ ଭିତରେ ପଶିବା ବାରଣ କରାଯାଇଥିଲା। ରଥ ସ୍ପର୍ଶ କରିବାରେ ବି ବାରଣ କରାଯାଇଥିଲା। କିନ୍ତୁ ଏହାକୁ ଖୋଲା ଉଲ୍ଲଂଘନ କରାଯାଇଛି। ଶତାଧିକ ଅଣସେବାୟତ ଆଜି ରଥ କର୍ଡନ ଭିତରେ ପଶି ରଥ ସ୍ପର୍ଶ କରିଛନ୍ତି। ସେଲ୍‌ଫି ନେଇଛନ୍ତି। ଯେଉଁଥିରୁ ଅଧିକାଂଶ ରାଜ୍ୟ ବାହାରର ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତ, ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

ଯେଉଁଠି ସାମ୍ବାଦିକଙ୍କ ପାଇଁ ମଧ୍ୟ ରିପୋର୍ଟିଂ ବେଳେ ରଥ କର୍ଡନ ପାସ୍‌ ବାଧ୍ୟତାମୂଳକ କରାଯାଇଛି, ସେଠି କେଉଁ ପରିସ୍ଥିତିରେ ବିନା କର୍ଡନ ପାସରେ ଅନ୍ୟମାନଙ୍କୁ ରଥ ପାଖକୁ ଯିବାକୁ ଅନୁମତି ଦିଆଗଲା, ତାହା ସନ୍ଦେହ ସୃଷ୍ଟି କରିଛି। ସେବାୟତମାନେ କର୍ଡନ ନିୟମ ଭାଙ୍ଗି ଏଭଳି ବିନା ପାସ୍‌ଧାରୀଙ୍କୁ କର୍ଡନ ଭିତରେ ଭର୍ତ୍ତି କରି ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେପଟେ ଜଣେ ବୃଦ୍ଧା ରଥ ଚାରମାଳ ଉପରେ ଚଢ଼ି ଶ୍ରୀଜିଉଙ୍କ ଚାମର ସେବା କରିଛନ୍ତି। ରଥ ଉପରକୁ ରଥଯାତ୍ରାରେ ସଂପୃକ୍ତ ଅଧିକାରୀ, କର୍ମଚାରୀ, ସେବାୟତଙ୍କ ବିନା ଅନ୍ୟ କାହାରିକୁ ରଥ ଚାରମାଳ କି ରଥ ଉପରେ ଚଢ଼ିବାରେ ବାରଣ କରାଯାଇଛି। ରଥ ବାଡ଼ଗ୍ରାହୀ, ଜେଟିପି, ପୁଲିସଙ୍କୁ ଏହା ଉପରେ ନଜର ରଖିବାକୁ କୁହାଯାଇଛି। କିନ୍ତୁ ବୃଦ୍ଧା ଜଣକ ମା’ ସୁଭଦ୍ରାଙ୍କ ରଥ ଚାରମାଳ ଉପରେ ଚଢ଼ି ଚାମର ହଲାଇ ମା’ଙ୍କୁ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.