Webportal

ନିଲମ୍ବନ ପରେ କ୍ଷମା ମାଗିଲେ ନୁପୁର ଶର୍ମା ; ବିଜେପିରୁ ନିଲମ୍ବିତ ହେବା ପରେ କ୍ଷମା ମାଗିଲେ

0 149

ବିଜେପିରୁ ନିଲମ୍ବିତ ହେବା ପରେ କ୍ଷମା ମାଗିଲେ ନୁପୁର ଶର୍ମା । ସେ ଟ୍ୱିଟ୍ କରି ଏକ ଲମ୍ବା ପୋଷ୍ଟ ଲେଖି ଦେଇଥିବା ମନ୍ତବ୍ୟକୁ ଫେରାଇ ନେଉଛି ବୋଲି କହିଛନ୍ତି ନୁପୁର। ସେ ଟ୍ୱିଟ୍ କରି ଲେଖିଛନ୍ତି ” ମୁଁ ଗତ କିଛିଦିନ ହେଲା ଟିଭି ଡିବେଟ୍କୁ ଯାଉଥିଲି। ଯେଉଁଠି ସବୁଦିନ ମୋ ଆରାଧ୍ୟ ଶିବ ଠାକୁରଙ୍କର ଅପମାନ କରାଯାଉଥିଲା। ମୋ ସାମ୍ନାରେ କୁହାଯାଉଥିଲା ଯେ ତାହା ଶିବଲିଙ୍ଗ ନୁହେଁ ଫୁଆରା। ଦିଲ୍ଲୀର ପ୍ରତ୍ୟେକ ଫୁଟ୍ଫାତ୍ରେ ଶିବଲିଙ୍ଗ ମିଳେ ଯାଇକି ପୂଜା କରିନିଅ। ମୋ ସାମ୍ନାରେ ବାରମ୍ବାର ଏମିତି ଆମ ଠାକୁର ଶିବ ଭଗବାନଙ୍କର ଅପମାନକୁ ମୁଁ ବରଦାସ୍ତ କରିପାରିଲି ନାହିଁ। ରାଗରେ ଆସି ମୁଁ କ’ଣ କହିଦେଲି। ଯଦି ମୋ ଶବ୍ଦରେ କାହାର ଧାର୍ମିକ ଭାବନକୁ ଆଘାତ ପହଞ୍ଚିଛି ତେବେ ମୁଁ ମୋ ଶବ୍ଦକୁ ଫେରାଇ ନେଉଛି। କାହାକୁ କଷ୍ଟ ପହଞ୍ଚାଇବା ମୋର ଆଦୌ ଉଦ୍ଦେଶ୍ୟ ନଥିଲା। ନୁପୁରୁ ଶର୍ମା” ସେପଟେ କିଛି ସମୟ ପୂର୍ବରୁ ନୁପୁର ଶର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଥିଲା ବିଜେପି।

କେବଳ ନୁପୁରଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହୋଇନାହିଁ, ଦିଲ୍ଲୀ ବିଜେପି ମିଡିଆ ଦାୟିତ୍ୱରେ ଥିବା ନଭୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବିଜେପି ହାଇ କମାଣ୍ଡ। ଦୁଇ ଜଣଙ୍କୁ ନିଲମ୍ବିତ କରିଥିଲେ। ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦେଇ ଦଳର ମହାସଚିବ ଅରୁଣ ସିଂହ କହିଥିଲେ ବିଜେପିକୁ ଏଭଳି ବିଚାର ସ୍ୱୀକାର୍ୟ୍ୟ ନୁହେଁ, ଯାହା ଅନ୍ୟ କୌଣସି ଧର୍ମର ଭାବନାକୁ ଆଘାତ ପହଞ୍ଚାଏ। ବିଜେପି ଏଭଳି ବିଚାରକୁ ମାନେ ନାହିଁ କି ପ୍ରୋତ୍ସାହନ ଦିଏ ନାହିଁ ବୋଲି ଅରୁଣ ସିଂହ କହିଛନ୍ତି। ଅନ୍ୟପଟେ ନୁପୁରଙ୍କ ବିରୋଧରେ ଥାନାରେ ୩ ଟି ମାମଲା ହୋଇଛି। ପ୍ରଥମ ଏଫ୍ଆଇଆର୍ ମୁମ୍ବାଇରେ ଭାରତୀୟ ସୁନ୍ନୀ ମୁସଲମାନର ସୁନ୍ନୀ ବରେଲବୀ ସଂଗଠନର ରଜା ଅକଦମୀ କରିଛନ୍ତି। ଏସ୍ପି ଅଭିଯୋଗରେ ଦ୍ୱତୀୟ ମାମଲା ପୁଣେର କୋଢୱା ଥାନାରେ ହୋଇଛି। ହୋଇଛି। ତୃତୀୟ ମାମଲା ହାଇଦ୍ରାବାଦର ସାଇବର କ୍ରାଇଣ ପୁଲିସ ଷ୍ଟେସନ୍ରେ ଜଣେ ପୁଲିସ କର୍ମଚାରୀ କରିଛନ୍ତି। ସମସ୍ତ ମାମଲାରେ ମୁସଲମାନଙ୍କ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ହୋଇଛି। ନୁପୁରଙ୍କ ବିବାଦୀୟ ବୟାନ ଯୋଗୁ ତାଙ୍କ ମୁଣ୍ଡ ଉପରେ ଆଇନର ଖଣ୍ଡା ଝୁଲୁଥିବା ବେଳେ ଏପେଟା ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମଧ୍ୟ ମିଳିଛି।

Leave A Reply

Your email address will not be published.