Webportal

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କହିଲେ ବ୍ରଜରାଜନଗର ବିଧାୟିକା-ସ୍ବାମୀ ଦେଖିଥିବା ସ୍ବପ୍ନକୁ ପୂରଣ କରିବି

0 103

ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ଥିଲେ। ମୋ ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି ବୋଲି ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ମହାନ୍ତି କହିଥିଲେ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀ କରିବାର ମୋ ସ୍ବାମୀଙ୍କର ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ମଧ୍ୟ କହିଥିଲେ।

ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଗତମାସ ୩୧ ତାରିଖ ଦିନ ଭୋଟ ଗ୍ରହଣ କରାଯାଇଥିଲା। ଜୁନ୍‌ ୩ ତାରିଖରେ ଏହାର ଗଣତି ଓ ଫଳାଫଳ ବାହାରିଥିଲା। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ ୬୬ ହଜାର୨୨୫ ଭୋଟରେ ପରାଜିତ କରିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୯୩,୭୯୦ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଛି ୨୭,୫୬୫ ଖଣ୍ଡ ଭୋଟ୍। ଅପରପକ୍ଷରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨,୩୧୬ ଖଣ୍ଡ ଭୋଟ୍ ପାଇଛନ୍ତି।

Leave A Reply

Your email address will not be published.