Webportal

ବିଜେପିରେ ଯୋଗ ଦେଇ ଜୋତା ବନିଗଲେ କି  ହାର୍ଦ୍ଦିକ ପଟେଲ

0 153

ଆଜି ବିଜେପିରେ ଯୋଗ ଦେଲେ ହାର୍ଦ୍ଦିକ ପଟେଲ ।  ଅହମ୍ମଦାବାଦରେ ଥିବା ବିଜେପି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ଏବଂ ଦଳର ବରିଷ୍ଠ ନେତା ନୀତିନ ପଟେଲଙ୍କ ଉପସ୍ଥିତିରେ ଦଳରେ ସେ ଯୋଗ ଦେଇଥିଲେ । ଦଳରେ ଯୋଗ ଦେବା ପୂର୍ବରୁ ହାର୍ଦ୍ଦିକ ଦୁର୍ଗା ପୂଜା ଏବଂ ଗାଈ ପୂଜା କରିଥିଲେ । ସେପଟେ ହାର୍ଦ୍ଦିକ ପଟେଲ କହିଛନ୍ତି ଆଜି ପର୍ଯ୍ୟନ୍ତ ମୁଁ ପଦ ଲୋଭରେ କୌଣସି ପ୍ରକାରର କାମ କରି ନାହିଁ ।

ବିଜେପିରେ ଯୋଗ ଦେବା ପରେ ତାଙ୍କ ପୁରୁଣା ଟୁଇଟ ଏବେ ଚର୍ଚ୍ଚାରେ, ଯେଉଁଥିରେ ସେ କହିଥିଲେ ଯେ ବିଜେପିରେ ଗୁରୁତ୍ଵ ରଖିବାକୁ ହେଲେ ଅମିତ୍ ଶାହା ଙ୍କ ଜୋତା ହେବାକୁ ପଡ଼େ। ଏଥିସହ ସେ ଜୋତା ପାଲଟିଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ୍ ଭାଇରାଲ ହେଇଚି।

ମୁଁ କାମ ମାଗି କଂଗ୍ରେସ ଛାଡ଼ିଥିଲି ଏବଂ ବିଜେପିରେ ମଧ୍ୟ ମୁଁ କାମ କରିବାର ଇଚ୍ଛା ନେଇ ଯୋଗ ଦେଉଛି । ଅନ୍ୟପଟେ ହାର୍ଦ୍ଦିକ ପଟେଲ ଗୁରୁବାର ସକାଳୁ ଟ୍ୱିଟ କରି ବିଜେପିରେ ଯୋଗଦେବା ବିଷୟରେ ଆଲୋଚନା କରିଛନ୍ତି । ସେ ଲେଖିଛନ୍ତି ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଆଜି ଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ମୁଞ ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସେବା କରିବା କାର୍ଯ୍ୟରେ ଏକ ଛୋଟ ସିପାହୀ ଭାବରେ କାର୍ଯ୍ୟ କରିବି ବୋଲି କହିଛନ୍ତି ।

Leave A Reply

Your email address will not be published.