Webportal

ଦୁର୍ଘଟଣା ଘଟାଇବା କଣ ଜରୁରୀ; ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ

0 239

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ନିକଟସ୍ଥ ମାଧପୁର ଅଞ୍ଚଳର ଅକ୍ଷୟ ବେହେରା (୩୨)ଆଜି ଦିନ ୧ଘଟିକା ସମୟରେ ସେ ନିଜ ବାଇକ୍ ଓଆର୍ ୧୯ ଏଚ୍ ୪୬୫୮ ବାଇକ୍ ରେ ଟାଟା ଷ୍ଟିଲ୍ କମ୍ପାନୀ ରୁ ଡିୟୁଟି ସାରି ବଅଁରପାଳ ମେସକୁ ଫେରୁଥିବା ସମୟରେ ନୂଆହତା ବାଇପାସ୍ ଛକ ରେ ତାଙ୍କ ପଛରୁ ଆସୁଥିବା ଓ ଡ଼ି ୧୯ ଏଲ୍ ୪୨୫୮ ଏକ ଟ୍ରକ୍ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତୁ ଘଟିଥିଲା। ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିବା ବେଳେ ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଇ ଥିବା ଜଣା ପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.