Webportal

ଚାଲିଛି କି ସିଧୁଙ୍କ ରାଜନୈତିକ ମ୍ୟାଚର ଶେଷ ଓଭର; ଆଉ କଣ କରିପାରିବେ ନାହିଁ ପ୍ରତ୍ୟକ୍ଷ ରାଜନୀତି

0 428

ଏକଦା କ୍ରିକେଟରେ ଏକ ବଡ଼ ନାଁ ଥିଲେ ନବଜୋତ ସିଂହ ସିଧୁ।ଛକା ଓ ଚୌକା ମାରିବା ପାଇଁ ସେ ପ୍ରସିଦ୍ଧ ଥିଲେ।ବାରମ୍ବାର ଅସମ୍ଭାଳ କ୍ରୋଧ କରିବା ଯୋଗୁଁ କ୍ରିକେଟ ରୁ ସନ୍ୟାସ ନେଇ ରାଜନୀତି ରେ ଯୋଗ ଦେଇଥିଲେ।ଏଇଠି ବି ସେ ସମାନ ଢଙ୍ଗରେ କାମ କରିବାକୁ ଲାଗିଲେ।ଖାସକରି ନିଜ ଗୃହ ରାଜ୍ୟ ପଞ୍ଜାବ ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ଶୀଘ୍ର ପାଲଟିଗଲେ।ତାଙ୍କର ପ୍ରଥମ ଦଳ ହେଲା ବିଜେପି।ଏଥର ମଧ୍ୟ ନିଜ ସ୍ଵଭାଵ ପାଇଁ ଦଳ ଛାଡିଲେ।ତା ପରେ କଂଗ୍ରେସରେ ଯୋଗ ଦେଇ ସମୟକ୍ରମେ ଦଳର ରାଜ୍ୟ ସଭାପତି ହୋଇ ଗାନ୍ଧୀ ପରିବାରର ଆଶୀର୍ବାଦ ରେ ନିଜ ପସନ୍ଦ ଅନୁଯାୟୀ ଦଳ ଚଳାଇବାକୁ ଲାଗିଲେ। କିନ୍ତୁ ପୁନର୍ବାର ପୂର୍ବ ଅବସ୍ଥା ଦୋହରାଇଲେ।ନିଜ ବଦରାଗି ଗୁଣ ପାଇଁ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ହାଇକମାଣ୍ଡ ନୂଆ ରାଜ୍ୟ କଂଗ୍ରେସ ସଭାପତି ଖୋଜିବା ଆରମ୍ଭ କରିବା ସହ ସିଧୁଙ୍କୁ ଦଳରୁ ବାହାର କରିବାକୁ ଚିନ୍ତା କରୁଥିବାର ସୂଚନା ମିଳୁଛି।ଏପଟେ ପଞ୍ଜାବ ରାଜନୀତିର ଆଉ ଏକ ପ୍ରମୁଖ ଦଳ ଆପ ସହ ମଧ୍ୟ ସିଂଧୁଙ୍କର ଅହୀନକୁଳ ସମ୍ପର୍କ ଥିବା କଥା ସମସ୍ତକୁ ଜଣା। ତେଣୁ ଯଦି କଂଗ୍ରେସରୁ ସିଧୁ ତଡା ଖାଆନ୍ତି ତେବେ ତାଙ୍କ ରାଜନୈତିକ ଜୀବନ ଏକ ପ୍ରକାର ଖତମ ହୋଇଯିବାର ଆଶଙ୍କା ରହିଛି।

Leave A Reply

Your email address will not be published.