Webportal

ଦ୍ରୁତଗତିର ପରିଣତି; ଓଲଟିଲା କାର

0 214

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ନିକଟରେ କାର ଦୁର୍ଘଟଣା। ଯାହାଫଳରେ କାର ରେ ବସିଥିବା ଦୁଇ ଆହତ। ସୂଚନା ଅନୁଯାୟୀ ଭୋର ୪ ଘଟିକା ସମୟରେ ବଅଁରପାଳ ଆଡୁ ମହିଧରପୁର ଆଡକୁ ଦ୍ରୁତଗତିରେ ଆସୁଥିବା କାର ଟି (ଓଆର୦୩ଏଚ ୭୪୧୫) ଭାରସାମ୍ୟ ହରାଇ ବଉଳିଗଡ଼ ଜଙ୍ଗଲ ନିକଟରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକମାନେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଏକ ଘରୋଇ ମେଡ଼ିକାଲ ରେ ଭର୍ତ୍ତି କରିଥିବା ଜଣା ପଡ଼ିଛି। ଉଭୟଙ୍କ ପରିଚୟ ମିଳି ପାରିନାହିଁ।

Leave A Reply

Your email address will not be published.