Webportal

ଯୁବକକୁ ପଥରରେ ଛେଚି ହତ୍ୟା ସନ୍ଦେହ

0 198

ଅନୁଗୁଳ ସହର ଉପକଣ୍ଠ ଡେରେଜାଙ୍ଗ ଡ୍ୟାମ ଠାରେ ଜଣେ ଯୁବକକୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ମୃତକ ରନ୍ତଲେଇ ଗ୍ରାମର ଜଗନ ସେନାପତି ବୋଲି ଜଣା ପଡ଼ିଛି। ତାଙ୍କୁ ପଥରରେ ଛେଚି ଛେଚି କେହି ହତ୍ୟା କରିଥିବା ଜଣାପଡୁଛି।
ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଡେରେଜାଙ୍ଗ ଡ୍ୟାମ ଉପରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଖବର ପ୍ରଚାର ହୋଇଥିଲା। ଯୁବକଙ୍କ ମୁଣ୍ଡ ଛୀନଛତର ହୋଇଯାଇଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ପୋଲିସ    ଖବର ପାଇ ରାତି ପ୍ରାୟ ୧୧ ଟା ବେଳେ ପହଞ୍ଚୀ ମୃତଦେହ ଜବତ କରିଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣା ର ଯାଞ୍ଚ ଆରମ୍ଭ କରିଛି।

Leave A Reply

Your email address will not be published.