Webportal

ଲମ୍ବା ସମୟର ଲକଡାଉନ ପରେ ତୁରନ୍ତ ଓଡିଶା ବନ୍ଦ ଡାକରା ଦେଉଥିବା ଦଳ କଣ ଶାସନ କରିବାର ଯୋଗ୍ୟତା ରଖିଛନ୍ତି

0 244

ଓଡ଼ିଶାରେ କରୋନା କଟକଣା ଓ ଦୀର୍ଘ ୨ ମାସର ଲକଦାଉନ ପରେ ଚଳିତ ମାସ ୧ ତାରିଖରେ ଆଂଶିକ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି।ତାହା ଫୁଣି ତୃତୀୟ ଲହର ର ଆଶଙ୍କା ମଧ୍ୟରେ।ଏହି ୨ ମାସ ମଧ୍ୟରେ ଲୋକଙ୍କ ଜୀବନ ଓ ଜୀବିକା ଅନେକ କଷ୍ଟ ଦେଇ ଗତି କରିଛି ଯାହା ସେମାନଙ୍କ ପାଇଁ  ଏକ ଅଭୁଲା କଷ୍ଟକର ଅନୁଭୂତି। କିନ୍ତୁ ହଠାତ ବାମଦଳ ମାନେ ଏକଦମ ବେପରୁଆ ଭାବେ ଏହି ୧୫ ତାରିଖରେ ଦରବୃଦ୍ଧି ବିରୁଦ୍ଧରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ସ୍ୱାଭାବିକ ଭାବରେ ଏମାନେ କିଛିକାଂଶରେ ରାଜ୍ୟରେ ଶାସନ କରିବାର ଆଶାୟୀ ଅଛନ୍ତି।ବିରୋଧର ଅନ୍ୟ ରାସ୍ତା ବି ଅଛି।ଏବେ ପାଠକବନ୍ଧୁ ଆପଣମାନେ କୁହନ୍ତୁ ଏପରି ବିଚାରାଧାରା ରଖୁଥିବା ଦଳ କିପରି ଶାସନ କରିବ।କଂଗ୍ରେସ ପକ୍ଷରୁ ଏହି ବନ୍ଦ କୁ ସମର୍ଥନ କରୁଥିବାର ସୂଚନା ମିଳୁଛି।ଯଦି ଏପରି ହୁଏ ତେବେ ଏହି ସର୍ବପୁରାତନ ରାଜନୈତିକ ଦଳକୁ ନିଜକୁ ନିଜେ ପୁନର୍ବାର ଭବିଷ୍ୟତ ରେ ଶାସନ କରିବା ଯୋଗ୍ୟ କି ନୁହେଁ ଚିନ୍ତା କରିବାର ସମୟ ଆସିଛି।

Leave A Reply

Your email address will not be published.