Webportal

ବ୍ୟାଙ୍କ ରିପୋର୍ଟ କଣ ଭୁଲ: ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ଜମାରାଶି ବୃଦ୍ଧିକୁ ଖଣ୍ଡନ କଲେ ସରକାର

0 255

ସ୍ବିସ୍‌ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍‌ର ସେଣ୍ଟ୍ରାଲ୍‌ ବ୍ୟାଙ୍କ ପକ୍ଷରୁ ଏକ ବାର୍ଷିକ ରିପୋର୍ଟ ଗୁରୁବାର ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ କେନ୍ଦ୍ର ସରକାର ଶନିବାର ଖଣ୍ଡନ କରିଛନ୍ତି। କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଜମା ହୋଇଥିବା ଟଙ୍କା ସମ୍ପର୍କିତ ବିବରଣୀ ସ୍ବିସ୍‌ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ଲୋଡା ଯାଇଛି। ଟିକସ ସମ୍ପର୍କିତ ପ୍ରସଙ୍ଗରେ ଭାରତ ଏବଂ ସ୍ବିଜରଲାଣ୍ଡ୍‌ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ବିଜରଲାଣ୍ଡ୍‌ର ସେଣ୍ଟ୍ରାଲ୍‌ ବ୍ୟାଙ୍କ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ରେ ଭାରତୀୟଙ୍କ କଳାଧନ ପରିମାଣ ୬,୬୨୫ କୋଟି ଟଙ୍କା ଥିଲା। ତେବେ ୨୦୨୦ରେ ଏହା ୨୮୬ ପ୍ରତିଶତ ବୃଦ୍ଧି ପାଇ ୨୦,୭୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୦୭ଠାରୁ ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା।

Leave A Reply

Your email address will not be published.