Webportal

ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ:ଶାସକ ବିଜେଡି ପକ୍ଷରୁ ସାତ ତାରିଖରେ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା

0 245

ପ୍ରିୟ ପାଠକ ମାନେ ଏହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ।ଶାସକ ବିଜେଡି ପକ୍ଷରୁ ଟିଟିପିଏସ ବନ୍ଦ କରାଯିବା ବିରୁଦ୍ଧରେ ଆସନ୍ତା ସାତ ତାରିଖରେ ବାର ଘଣ୍ଟିଆ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।ଏ ସୂଚନା ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି।

କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ କୌଣସି ଏକ ରାଜ୍ୟରେ ଶାସକ ଦଳ ସୁନିଶ୍ଚିତ କରିଥାଏ ଯେ ଦିନ ମଜୁରିଆ ମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତଙ୍କ ଦୈନିକ ରୋଜଗାର ଓ ଦୈନିକ ଜୀବନଯାତ୍ରା ଯେପରି ବ୍ୟାହତ ନ ହୁଏ। ହୁଏତ ଟିଟିପିଏସ କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା ଏକ ଫଳପ୍ରଦ ଉପାୟ ହେବାରେ ସାହାଯ୍ୟ କରିପାରେ।ଯାହାକି ରାଜ୍ୟର ଶାସକ ଦଳକୁ ବନ୍ଦ ଡାକରା ଦେବା ପାଇଁ ବାଧ୍ୟ କରିଛି।

 

Leave A Reply

Your email address will not be published.