Webportal

ପୋଲିସ ଉପରେ ମାତ୍ରାଧିକ ଅନ୍ୟାନ୍ୟ କାର୍ଯ୍ୟଭାର ର ପରିଣାମ:ରାଜ୍ୟରେ ବଡ଼ିଛି ଧର୍ଷଣ, ଚୋରି, ହତ୍ୟାକାଣ୍ଡ:କହୁଛି ସରକାରଙ୍କ ଶ୍ୱେତପତ୍ର

0 317

ସମ୍ପ୍ରତି ୨୦୨୦ ମସିହା ପାଇଁ ଓଡ଼ିଶା ରାଜ୍ୟ ଗୃହ ବିଭାଗ ର ଶ୍ୱେତପତ୍ର ପ୍ରକାଶ ପାଇଛି।।ଏହା ଅନୁଯାୟୀ କରୋନା ଓ ଲକଦଉନ ସମୟରେ ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧ କମିବା ଜାଗାରେ ବୃଦ୍ଧି ପାଇଛି।ଗତ ବର୍ଷ ରାଜ୍ୟରେ ପ୍ରତିଦିନ ହାରାହାରି ୮ ଟି ବଳାତ୍କାର, ୨୮ ଟି ଚୋରି ଓ ୪ ଟି ହତ୍ୟାକାଣ୍ଡ ଘଟଣା ରେଜିଷ୍ଟ୍ରର ହୋଇଛି।

ଏହା ଦର୍ଶାଉଛି ଯେ ବୋଧହୁଏ ରାଜ୍ୟ ପୋଲିସ ଅପରାଧ ରୋକିବା ପାଇଁ ଆବଶ୍ୟକ ସମୟ ଦେଇ ପାରୁ ନାହାଁନ୍ତି।କାରଣ ସେମାନେ ବୋଧହୁଏ ସରକାରଙ୍କ ପାଇଁ ରାଜସ୍ୱ ଆଦାୟ କରିବା ଓ ଅନ୍ୟାନ୍ୟ ଜନହିତକର କାମରେ ମୂଲ୍ୟବାନ ସମୟ ଖର୍ଚ୍ଚ କରି ଦେଉଛନ୍ତି।ଏହା ଆମେ ଏଇଥିପାଇଁ କହୁଛୁ ଯେ ବିଭିନ୍ନ ସ୍ଥାନରେ ପୋଲିସ ବାବୁ ମାନଙ୍କୁ ମୋଟରଯାନ ସମ୍ବଧିୟ ଯାଞ୍ଚ, ମାସ୍କ ଚେକିଂ, ହେଲମେଟ ଆଦି ଚେକିଂ କଡ଼ାକରି ଭାବେ କରିବା ଓ ଫାଇନ ଆଦାୟ କରୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି।ଯାହାକି ରାଜ୍ୟରେ ଅପରାଧ ବୃଦ୍ଧି ହେବା ପଛରେ ଏକ ପ୍ରମୁଖ କାରଣ ହୋଇପାରେ।

ରାଜ୍ୟ ସରକାରଙ୍କୁ ପୋଲିସ କୁ ଅପରାଧ ନିୟନ୍ତ୍ରଣ କରିବା ପାଇଁ କେବଳ ନିୟୋଜିତ କରିବାର ଆବଶ୍ୟକତା ରହିଛି।ତାହା ହେଲେ ଆମ ରାଜ୍ୟର ଦକ୍ଷ ପୋଲିସ ବାହିନୀ ନିଶ୍ଚିତ ଭାବରେ ଘଟୁଥିବା ଅପରାଧ ଗୁଡିକୁ ଅନେକ ପରିମାଣରେ ହ୍ରାସ କରିବାରେ ସମର୍ଥ ହେବ।

Leave A Reply

Your email address will not be published.