Webportal

ପରି ହତ୍ୟାକାଣ୍ଡର ଅଭିଯୁକ୍ତ ଅନୁଗୁଳ ବାଳସୁଧାର ଗୃହରେ

0 284

ନୟାଗଡ଼ ଜେଲ ରୁ ଏବେ ଅନୁଗୋଳ ସ୍ଥିତ ବାଳ ସୁଧାର ଗୃହକୁ ଆସିଲା ବହୁ ଚର୍ଚ୍ଚିତ ପରି ହତ୍ୟାକାଣ୍ଡ ର ଅଭିଯୁକ୍ତ ।ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ନାବାଳିକା ପରି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଜଣେ ନାବାଳକ ବୋଲି ନୟାଗଡ଼ କୋଟ ରେ ଅଭିଯୁକ୍ତ ଙ୍କ ଓକିଲ ପ୍ରମାଣ କରିବା ପରେ ଅଭିଯୁକ୍ତ କୁ ଅନୁଗୋଳ ସ୍ଥିତ ବାଳ ସୁଧାର ଗୃହ କୁ ପଠାଇ ଦିଆଯାଇଛି । ନୟାଗଡ଼ ରୁ ଏକ ସ୍ୱତନ୍ତ୍ର ଟିମ ବିଳମ୍ବିତ ଗତରାତି ପ୍ରାୟ ୧୨ ପାଖା ପାଖି ଅଭିଯୁକ୍ତ କୁ ଧରି ଆସି ବାଳ ସୁଧାର ଗୃହରେ ପହଞ୍ଚାଇ ଥିଲେ । ନୟାଗଡ଼ ପକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ନାବାଳକ ବୋଲି ରାୟ ଦେଇଥୁଲେ। ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର । କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ।

Leave A Reply

Your email address will not be published.