Webportal

ଜଳିଗଲା ଘର:ବଞ୍ଚିଗଲେ ଭିତରେ ଥିବା ଲୋକେ, ପାଉଁଶ ହୋଇଗଲା ଭିତରେ ଥିବା ଜିନିଷ

0 350

ଗତ ରାତି ପ୍ରାୟ ୧୧:୩୦ ସମୟରେ ତାଳଚେର ତାଳବେଡା ଗ୍ରାମର ସୌଭାଗ୍ୟ ନଗର ସାହି ସ୍ଥିତ ଅରୁଣ ବେହେରା ଙ୍କର ବାସ ଗୃହ ଟି କୌଣସି କାରଣ ବଶତଃ ନିଆ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ସୂଚନା ମୁତାବକ ଅରୁଣ ବେହେରା ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ରାତ୍ରି ଭୋଜନ ସାରି ଶୋଇ ଥିବାବେଳେ ତାଙ୍କ ଘର ଟି ନିଆଁ ଲାଗି ଯାଇଥିଲା । ପଡୋଶୀ ଲୋକମାନେ ନିଆଁ ନିଆଁ ବୋଲି ହୁରୀ କରିବାରୁ ପରିବାର ଲୋକ ଘରୁ ବାହାରକୁ କୁ ଦୌଡ଼ି ଆସି ନିଜ ଜୀବନ ରକ୍ଷା କରିଥିଲେ ।ପରେ ପରେ ପଡୋଶୀ ଙ୍କ ଦ୍ଵାରା ନିଆଁ ଲିଭାଇବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ଏତେ ଜୋର ରେ ନିଆଁ ଲାଗିଥିଲା ଯେ ପଡୋଶୀ ମାନେ ନିଆଁ କୁ ଆୟତ୍ତ କରିପାରି ନଥିଲେ ।ବିଳମ୍ବରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ କିନ୍ତୁ ସେତେବେଳେ କୁ ଅରୁଣ ଙ୍କ ଘର ସହିତ ଘର ର ଆସବା ପତ୍ର ସଂପୂର୍ଣ୍ଣ ପୋଡି ଛାରଖାର ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ହୋଇଥିବା ବେଳେ , ଅରୁଣ ଜଣେ ଦିନ ମଜୁରିଆ ହୋଇଥିବାରୁ ସରକାରୀ ସାହାଯ୍ୟ ସହଯୋଗ କୁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.