Webportal

ସମଲ ପୋଲିସ ଦ୍ୱାରା ଚୋରା କୋଇଲା ରାକେଟ ର ପର୍ଦାଫାଶ

0 513

ଆଜି ସନ୍ଧ୍ୟା ସମୟରେ ସଙ୍ଗଠିତ ଗ୍ୟାଙ୍ଗ ଦ୍ୱାରା କୋଇଲା ଚୋରା ଚାଲାଣ ସମ୍ବନ୍ଧୀୟ ଗୁଇନ୍ଦା ତଥ୍ୟ ଆଧାରରେ ଅନୁଗୁଳ ଜିଲ୍ଲା ସମଲ ପୋଲିସ ସମଲ ଗେଟ ଅଞ୍ଚଳରେ ରେଡ଼ କରିଥିଲେ। ଏହି ରେଡ଼ ବେଳେ ବଲାଂଗୀ ପଟୁ ଆସୁଥିବା କିଛି ଗାଡି ଅଟକାଇବାରୁ ଚୋରା କୋଇଲର ଏକ ରାକେଟ ଧରା ପଡିଛି।ପୋଲିସ ହାତରେ ଗୋଟେ ଦଶ ଚକିଆ ଟ୍ରକ, ଗୋଟିଏ ୪୦୭ ଗାଡି, ଗୋଟିଏ ମାରୁତି କାର,ଗୋଟିଏ ବୋଲେରୋ ଗାଡି, ଗୋଟିଏ ମୋଟର ସାଇକେଲ ଏବଂ ୪୨ ଟନ ଚୋରା କୋଇଲା ସମେତ ସାତ ଜଣ ଅଭିଯୁକ୍ତ ମଧ୍ୟ ଧରା ପଡିଛନ୍ତି। ଏହି ମାମଲାରେ ସମଲ ଥାନାରେ ଏକ କେଶ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହେବା ସହ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.