Webportal

ବିଷାକ୍ତ ମଦ ପିଇ ତିନି ମୃତ

0 403

ଅନୁଗୁଳ ଜିଲ୍ଲା ପଥରଗଡ଼ରେ ବିଷାକ୍ତ ମଦ ମୃତ୍ୟୁ ସନ୍ଦେହ, ୩ ଶ୍ରମିକ ମୃତ, ୧ ଗୁରୁତର। ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ବିଷାକ୍ତ ମଦ ପିଇ ତିନିଜଣ ଯୁବକ ମୃତ୍ୟୁବରଣ କରିଥିବା ଖବର ଆସିଛି। ଗତ କାଲି ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କାଇରା ପଧାନ ( ୨୦ ବର୍ଷ), ଟୁକୁନା ପଧାନ (ପ୍ରାୟ ୩୦ବର୍ଷ) ଓ ଶଶୀଭୂଷଣ ଦେହୁରୀ (ପ୍ରାୟ ୩୨ବର୍ଷ)। ସୂଚନା ଅନୁଯାୟୀ ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ସେମାନେ ଶ୍ରମିକ ଭାବେ କାମ କରି ଚଳନ୍ତି। ଗତକାଲି ଏକ ଘର ଛାତ ପକାଇବା କାମରେ ସେମାନେ ଶ୍ରମିକ ଭାବେ ନିୟୋଜିତ ଥିଲେ। କାମରୁ ଫେରି ଗାଁରେ ମହୁଲି ମଦ ପିଇ ଥିଲେ। ସଂଧ୍ୟାରେ ପ୍ରଥମେ କାଇରାଙ୍କର ଦେହ ଅସୁସ୍ଥ ହୋଇଥିଲା। ଗାଁରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ଟୁକୁନା ଆଖି ବୁଜିଥିଲେ । ଆଜି ଶଶୀଭୂଷଣ ଅନୁଗୁଳ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.