Webportal

କରୋନା ସମୟରେ ଅକାରଣେ ଘରୁ ବାହାରିବା ଘାତକ ସିଦ୍ଧ ହୋଇପାରେ:ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଆକ୍ରାନ୍ତ ଚିହ୍ନଟ

0 400

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩ ଜଣ, ଅନୁଗୁଳ ପୌରାଞ୍ଚଳରୁ ୩ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୩ ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୨ ଜଣ, କଣିହାଁ, ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିିଭ ହୋଇଥିବା ଜଣାପଡିଛି।
୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।ଇତି ମଧ୍ୟରେ ସୁସ୍ଥ ହୋଇଥିବା ୯ ଜଣଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୩୭୭ କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୮୬ ରେ ପହଞ୍ଚିଲା।

Leave A Reply

Your email address will not be published.