Webportal

ରାକ୍ଷସକୁ ମନୁଷ୍ୟ ରୂପରେ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ

0 514

ଆଜି ଯୁଗରେ ମଧ୍ୟ ରାକ୍ଷସ ମନୁଷ୍ୟ ରୂପରେ ଥିବାର ଦେଖିବାକୁ ମିଳିଛି। ଏକ ନାବାଳକ ଏଭଳି କାର୍ଯ୍ୟ କରିଛି ଯାହାକୁ ରାକ୍ଷସର କାର୍ଯ୍ୟ ସହ ତୁଳନା କରାଯାଇପାରେ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳକ ସେହି ଗାଁର ଜଣେ ବ୍ୟକ୍ତିଙ୍କ ଗାଈ ସହ ଅପ୍ରାକୃତିକ ଯୌନସମ୍ପର୍କ ରଖିଥିବା ତାହା ଦେଖିବାକୁ ମିଳିଛି। ଲୋକେ ତୁରନ୍ତ ଗାଈ ମାଲିକଙ୍କୁ ଏ ନେଇ ଖବର ଦେବା ସହ ନାବାଳକକୁ ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ।
ପୂର୍ବରୁ ସେହି ନାବାଳକ ଅନ୍ୟ ଏକ ଗାଈ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ତାକୁ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୂର୍ବ ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜିର ଘଟଣା ପରେ ଗ୍ରାମବାସୀ ଅଧିକ ଉତ୍ତେଜିତ ହେବା ସହ ନାବାଳକକୁ ବାନ୍ଧି ଦେବା ସହ ପୋଲିସକୁ ଖବର ଦେଇଥିଲେ । ଶେଷରେ ପୋଲିସ ପହଁଚି ନାବାଳକକୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.