Webportal

ମା ହତ୍ୟାକାରୀ ପୁଅ ଗିରଫ

0 575

ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ୮.୬.୨୦ ରେ ବିରଞ୍ଚି ପ୍ରଧାନ ତାଙ୍କ ଶାଶୁ ଯମୁନା ପ୍ରଧାନଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ, ଯାହାକୁ ଆଧାର କରି ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।ତଦନ୍ତ ସମୟରେ ଜଣାପଡ଼ିଲା ଯେ ମୃତକ ର ପୁଅ ଅଶ୍ରୁବାହଲ ଗ୍ରାମର ଅନନ୍ତ ପ୍ରଧାନ ଆଠ ତାରିଖ ଦିନ ପ୍ରାୟ ତିନିଟା ବେଳେ ଯେତେବେଳେ ତା ସ୍ତ୍ରୀ ମଞ୍ଜୁ ପ୍ରଧାନ ମଜୁରୀ ଟଙ୍କା ଆଣିବା ପାଇଁ ଗାଁ କୁ ଯାଇଥିଲା ସେତେବେଳେ ତା ମାଆ କୁ ଟାଙ୍ଗିଆରେ ହାଣି ମାରି ଦେଇଥିଲା ଓ ଟାଙ୍ଗିଆ ସହିତ ଗାଁ ନିକଟ ତେଲକୋବନିଆ ଜଙ୍ଗଲକୁ ପଳାଇଯାଇଥିଲା।ଏ ସମସ୍ତ କଥା ମଞ୍ଜୁ ପ୍ରଧାନକୁ ତାଙ୍କ ଝିଅ ବନିତା ପ୍ରଧାନ କହିଥିଲା।ପୋଲିସ ଦଳ ଗଠନ କରି ଜଙ୍ଗଲର ଆଖପାଖ ଅଞ୍ଚଳକୁ ଘେରି ଦେଇଥିଲେ।ଶେଷରେ ଦଶ ତାରିଖ ସକାଳ ପ୍ରାୟ ୯ଟା୩୦ରେ ପୋଲିସ ଅଭିଯୁକ୍ତ ଅନନ୍ତ ପ୍ରଧାନ କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା।ଆଜି ଅଭିଯୁକ୍ତକୁ ଆଠମଲ୍ଲିକ କୋର୍ଟ କୁ ଫରୱାର୍ଡ କରାଯାଇଛି। ଏ ସମସ୍ତ ବିଷୟରେ ସୂଚନା ଅନୁଗୁଳ ପୋଲିସ ପକ୍ଷରୁ ଏକ ପ୍ରେସ ବାର୍ତା ରେ ଦିଆଯାଇଛି।

Leave A Reply

Your email address will not be published.