Webportal

ଘରେ ଲାଗିଥିବା ନିଆଁରେ ପୋଡିହୋଇ ନବେ ବର୍ଷୀୟ ବୃଦ୍ଧା ମୃତ

0 346

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅାମ୍ବପାଳ ପଞ୍ଚାୟତର ଅାମ୍ବପାଳ ଗ୍ରାମରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡି ଭଶ୍ମୀଭୂତ ହେବା ସହ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପୁଞ୍ଜି ପ୍ରଧାନ (୯୦) । ସୂଚନାନୁସାରେ ବୃଦ୍ଧା ଜଣକ ଘରେ ଶୋଇଥିବା ବେଳେ ହଠାତ୍ ଘରେ ନିଅାଁ ଲାଗିଯାଇଥିଲା । ଘରୁ ବାହାରି ନପାରି ବୃଦ୍ଧା ଜଣକ ଦେହରେ ନିଅାଁ ଲାଗିଯାଇଥିଲା । କିଛି ସମୟ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ । ନିଆଁ କୁ ଆୟତ କରିବା ପରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ଭଷ୍ମୀଭୂତ ହୋଇଯାଇଥିବା ବେଳେ ପୁଞ୍ଜି ପ୍ରଧାନ ଘରୁ ବାହାରି ନପାରି ବାରୁ ନିଆଁ ରେ ପୋଡି ହୋଇ ମୃତ ଅବସ୍ଥାରେ ବୃଦ୍ଧାକୁ ଉଦ୍ଧାର କରିଛନ୍ତି । କିଶୋରନଗର ତହସିଲଦାର ଏକ ଟିମ କୁ ପଠାଇ ସମସ୍ତ କ୍ଷୟକ୍ଷତି ଅାକଳନ କରାଇଥିବା ବେଳେ ଖବର ପାଇ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଉକ୍ତ ଗ୍ରାମକୁ ଯାଇ ଅଗ୍ନି ବିପନ୍ନଙ୍କ ପରିବାରକୁ ଭେଟି ଶୁଖିଲା ଖାଦ୍ୟ,ବସ୍ତ୍ର ପ୍ରଦାନ କରିବା ସହ ସମବେଦନା ଜଣାଇଛନ୍ତି । ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲ‍ା ଓ ବ୍ଲକ ପ୍ରଶାସନ ନିକଟରେ ଜଣାଇବା ସହ ୪ଲକ୍ଷ ଟଙ୍କା ସରକାରୀ ସହାୟତା ଯୋଗାଇଦିଅାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.