Webportal

ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଅନୁଗୁଳ ସବୁଜ ଜୋନରେ

0 348

ଆଜି ଅନୁଗୁଳ ଜିଲ୍ଲାରେ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।ଏହା ଜିଲ୍ଲାକୁ ଏହି ଭୟଙ୍କର ମହାମାରୀର ପ୍ରଥମ ସ୍ପର୍ଶ।ଏହା ପରେ ଲୋକେ ଜିଲ୍ଲା ରେଡ଼ ଜୋନ ଭାବେ ଘୋଷଣା ହେବ ବୋଲି ଆଶା କରୁଥିଲେ।

କିନ୍ତୁ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲା ପୂର୍ବଭଳି ସବୁଜ ଜୋନରେ ରହିବ ବୋଲି ସ୍ପଷ୍ଟ କରିଛନ୍ତି।ସବୁଜ ଜୋନ ର ସମସ୍ତ ସୁବିଧା ପୂର୍ବବତ ମିଳିବ। ଅସ୍ଥାୟୀ ମେଡ଼ିକାଲ ଶିବିର ଗୁଡ଼ିକର ୧୦୦ ମିଟର ପରିଧି ଭିତରେ ଦିବାରାତ୍ର ୧୪୪ ଧାରା ବଳବତ୍ତର ରହିବ ଓ ଅନାଧିକାର ପ୍ରବେଶ କାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ।

ଅତି ଜରୁରୀ ନ ହେଲେ ବାହାରକୁ ନ ବାହାରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

 

Leave A Reply

Your email address will not be published.