Webportal

ସାଧାରଣ ଲୋକଙ୍କ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ ଅଭିଯୋଗ:ମୁଖ୍ୟ ରାସ୍ତା ଖୋଳି ଅବରୋଧ କଲେ ଗ୍ରାମବାସୀ

0 363

ଅନୁଗୁଳ ପୂର୍ତ୍ତ ବିଭାଗ ଜୋର ଜବରଦସ୍ତି ରାସ୍ତା ନେଉଥିବାରୁ ରାସ୍ତା ଖୋଳିଦେଲେ ଗ୍ରାମବାସୀ।ଠିକାଦାରଙ୍କ ମନମ୍ମୁଖୀ କାର୍ଯ୍ୟକୁ ବିରୋଦ୍ଧ।
ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଠାରେ ରାସ୍ତା କାମକୁ ବିରୋଦ୍ଧ କରିଛନ୍ତି ଗ୍ରାମବାସୀ। ପୂର୍ତ୍ତ ବିଭାଗ ଖଣ୍ଡହତା ଠାରୁ ବଉଳିଗଡ଼ ପର୍ଯ୍ୟନ୍ତ ପ୍ରାୟ ୧୧କି.ମି. ରାସ୍ତା ନିର୍ମାଣର ଶୁଭ ଉଦଘାଟନ କରିଥିଲେ ମାନ୍ୟବର ଉପବାଚସ୍ପତି, ଓଡିଶା ବିଧାନସଭା ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ। କିନ୍ତୁ ସାଧାରଣ ଲୋକଙ୍କ ଜାଗାକୁ ଜୋର ଜବରଦସ୍ତି ନେଇ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରୁଛି ବୋଲି ବଉଳିଗଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗତ କିଛି ଦିନ ହେଲା ଉତ୍ତେଜନା ଲାଗିରହିଥିଲା। ରାସ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିବା ସମ୍ପୃକ୍ତ ଠିକାଦାର କିନ୍ତୁ ମନମ୍ମୁଖୀ କାମ କରୁଥିବାରୁ ଆଜି ସମ୍ପୂର୍ଣ୍ଣ ରାସ୍ତା କୁ ଖୋଳି ଦେଇଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ। ଲୋକଙ୍କ ଅଭିଯୋଗ ହେଲା କି ବିନା ସୂଚନା ରେ ଆମ ବ୍ୟକ୍ତିଗତ ଜାଗାକୁ ଜୋର ଜବରଦସ୍ତି ନେଇ ପୂର୍ତ୍ତ ବିଭାଗ ଏବଂ ସମ୍ପୃକ୍ତ ଠିକାଦାର କାର୍ଯ୍ୟ ଆରମ୍ଭ କରୁଛନ୍ତି, ସେଥିପାଇଁ ଏହି ରାସ୍ତା ଖୋଳି ଦିଆଯାଇଛି। ଏହି ଖବର ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଏହି ସମସ୍ୟା ନେଇ ବଉଳିଗଡ଼ ଗ୍ରାମବାସୀ ତହସିଲଦାର, ବିଡ଼ିଓ, ଜିଲ୍ଲାପାଳ ଓ ଥାନାଅଧିକାରୀ ବଅଁରପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି। ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।

Leave A Reply

Your email address will not be published.