Webportal

ଟାଇକୋଣ୍ଡୋ ପ୍ରତିଯୋଗିତାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ସଫଳତା

0 493

ଟାଇକୋଣ୍ଡୋ ପ୍ରତି ଯୋଗୀତାରେ ଗୋଟିଏ ପରିବାରକୁ ସଫଳତା।ଅନୁଗୋଳ ଜିଲ୍ଲା ଏସ ଏମ ଏସ ଏକାଡେମୀର ୨୯ ଜଣ ପ୍ରତିଯୋଗୀ ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ରେ ଭାଗ ନେଇ ମୋଟ ୨୬ ଟି ପଦକ ହାସଲ କରିବା ସହ ଚମ୍ପିୟାନ ହୋଇ କଣିହାଁ ବ୍ଲକ ତତଃ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଭାରତୀୟ ଟାଇକୋଣ୍ଡୋ ୟୁନିୟନ ସହଭାଗିତା କ୍ରମେ ଓଡିଶା ଟାଇକୋଣ୍ଡୋ ୟୁନିୟନ ଆନୁକୂଲ୍ୟରେ ରାଉରକେଲା ଠାରେ ଥିବା ଗୁରୁନାନକ ପବ୍ଲିକ ସ୍କୁଲ ଠାରେ ୨ ଦିନ ଧରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା।ଅନୁଗୋଳ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ଜିଲ୍ଲା ସମ୍ପାଦକ ଅନୀଲ ରାଉଳ ଓ କୋଚ ସରୋଜ ନାଏକ ଙ୍କ ନେତୃତ୍ୱରେ ଏସ ଏମ ଏସ ଏକାଡେମୀର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ଛେଣ୍ଡିପଦା ବ୍ଲକ ବ୍ରାହ୍ମଣୀବିଲ ହାଇସ୍କୁଲ ଅଖିଳ ପ୍ରଧାନଙ୍କ ଝିଅ ଶ୍ରୀ ଦେବୀ ପ୍ରଧାନ ଙ୍କୁ ବ୍ଲକ ବେଲ୍ଟ,ବଡନାତି ପରେଶଙ୍କୁ ଫାଇଟ ରେ ଗୋଲଡ଼ ମେଡାଲ ଓ କୁମୁସେ ରେ ସିଲଭର ମେଡାଲ,ସାନ ନାତି ଅମରେଶ ଙ୍କୁ ଫାଇଟ୍ ରେ ବ୍ରୋଞ୍ଜ ମେଡାଲ ଓ ନାତୁଣୀ ଗୁନ ପ୍ରୀତ ଙ୍କୁ ଫାଇଟ୍ ରେ ଗୋଲଡ଼ ମେଡାଲ ରେ ସଫଳତା ମିକିଛି।ଅନୁଗୋଳ ଜିଲ୍ଲା ଟାଇକୋଣ୍ଡୋ ଖେଳ ପାଇଁ ସମସ୍ତେ ପ୍ରଶଂସା ର ପାତ୍ର ପାଲଟିଛନ୍ତି

Leave A Reply

Your email address will not be published.