Webportal

ଯୁକ୍ତ ୨ ପରୀକ୍ଷା ହଲରେ ସିସିଟିଭି ବାଧ୍ୟତାମୂଳକ

0 321

ଯେଉଁ ଯୁକ୍ତ ୨ କଲେଜ ଗୁଡିକ ଆସନ୍ତା ୧୦ ତାରିଖ ସୁଦ୍ଧା ସିସିଟିଭି ଲଗାଇବେ ନାହିଁ ସେଗୁଡିକୁ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମ୍ପୃକ୍ତ କଲେଜ ଗୁଡିକୁ ଚିଠି ଲେଖି ଜଣାଇ ଦିଆଯାଇଛି।୧୦ ତାରିଖ ସୁଦ୍ଧା କେତେ କଲେଜ ପରୀକ୍ଷା ହଲ ଗୁଡିକରେ ସିସିଟିଭି ଲଗାଇଲେ ତାହାର ପୂର୍ଣ୍ଣାଙ୍ଗ ତଥ୍ୟ ଦେବା ଲାଗି କୁହାଯାଇଛି।ଇଣ୍ଟରନେଟ ପାୱାର ବ୍ୟାକଅପ ସୁବିଧା ସମ୍ପର୍କରେ ମଧ୍ୟ ଜଣାଇବା ଲାଗି ଉକ୍ତ ଚିଠିରେ କୁହାଯାଇଛି। ପରୀକ୍ଷାର ସମ୍ପୁର୍ଣ୍ଣ ରେକର୍ଡିଂ କରିବାକୁ କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ସେଲଫ ଫାଇନାନ୍ସିଂ କଲେଜ ଗୁଡିକରେ ପ୍ରାକ୍ଟିକାଲ ପରୀକ୍ଷା ସିସିଟିଭି ହଲ ରେ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.