Webportal

ବିଳମ୍ବିତ ରାତିରେ ଯାତ୍ରା ବଢାଇଲା ଅଘଟଣ ଆଶଙ୍କା, ଖବର ପାଇ ଲୁଟ ଉଦ୍ୟମ କରୁଥିବା ଅପରାଧୀଙ୍କୁ ଗିରଫ କଲା ପୋଲିସ

0 510

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଉଚ୍ଚ ବିଦ୍ୟାଳୟ ପାଖରେ ଡକାୟତି ଉଦ୍ୟମ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର କିଛି ଯୁବକ ପୁରୀ ଓ ତାରା ତାରିଣୀ ବୁଲି ଫେରୁଥିବା ସମୟରେ ତଳମୂଳ ନିକଟରେ ତିନି ଜଣ ଯୁବକ ଦୁଇଟି ମୋଟର ସାଇକେଲକୁ ରାସ୍ତାଉପରେ ରଖି ସେମାନେ ଆସୁଥିବା ଗାଡିକୁ ଅଟକାଇଥିଲେ । ଉକ୍ତ ଯୁବକ ମାନେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବା ସମୟରେ ଗାଡିରୁ ଜଣେ ଲୋକ ସାହାସର ସହ ଲୁଟେରା ପିନ୍ଧିଥିବା ହେଲମେଣ୍ଟକୁ ଏକ ମୁଥ ମାରିଥିଲା, ଫଳରେ ଜଣେ ଲୁଟେରା ଖସି ପଡ଼ିଥିଲା। ବୁଲେରୋରେ ବସିଥିବା ଯୁବକ ଦୁଇ ଜଣ ଲୁଟେରାକୁ ମାଡି ବସିଥିଲେ ଓ ଅନ୍ୟ ଜଣେ ଦୁର୍ବୁତ୍ତ ଖସି ପଳାଇଥିଲେ ।
ସୂଚନା ପାଇ ମହିଧରପୁର ଫାଣ୍ଡି ଓ ବଅଁରପାଳ ଥାନା ପୋଲିସ ପହଂଚି ୨ଜଣ ଯୁବକଙ୍କୁ ରିଭଲଭର ଓ ତିନି ରାଉଣ୍ଡ ଅଫୁଟା ଗୁଳି ସହ ଗିରଫ କରିଛନ୍ତି । ଉକ୍ତ ଯୁବକ ମାନଙ୍କ ଠାରୁ ଦୁଇ ଗୋଟି ବାଇକ (ଓଡ଼ି ୧୯ପି ୫୯୨୩)ଓ(ଓଡ଼ି ୧୯ଏଚ ୨୧୯୪),ଚାରିଟା ମୋବାଇଲ ଫୋନ ଓ ସୁନାର ହନୁମାନ ଲକେଟ ମଧ୍ୟ ଜବତ କରିଛି ପୋଲିସ । ଅନ୍ୟ ଜଣକୁ ତଳମୂଳରୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ମାନେ ହେଲେ
ବଅଁରପାଳର ଥାନା ଅନ୍ତର୍ଗତ ତଳମୂଳ ଗ୍ରାମର ପ୍ରକାଶ ପଟ୍ଟନାୟକ,କଣ୍ଟା ବଣିଆ ଥାନା ଅନ୍ତର୍ଗତ ସରପା ଗ୍ରାମର ସରମା ନନ୍ଦ ଗଡ଼ନାୟକ ଓ ବଅଁରପାଳର ଥାନା ଅନ୍ତର୍ଗତ ତଳମୂଳ ଗ୍ରାମର ସୁବାସ ଭୋଇ ।

Leave A Reply

Your email address will not be published.