Webportal

କୋର୍ଟ ପରିସରରୁ ଓକିଲଙ୍କ ମୃତ ଦେହ ଉଦ୍ଧାର, ଅସୁସ୍ଥତା ଜନିତ ମୃତୁ ସନ୍ଦେହ

0 335

ଅନୁଗୁଳ ଜିଲ୍ଲା କୋର୍ଟ ପରିସରରୁ ଆଜି ଜଣେ ଓକିଲଙ୍କ ମୃତଦେହ ଉଦ୍ଧାର।ସେ ହେଲେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ଗାଁର ପ୍ରତାପ ପଟ୍ଟନାୟକ ଯିଏ ଢେଙ୍କାନାଳ ବାର ଆସୋସିଏସନର ସଦସ୍ୟ ହୋଇଥିବା ବେଳେ ଗତ କିଛିଦିନ ହେଲା ଅନୁଗୋଳ କୋର୍ଟରେ ଆସି କାମ କରୁଥିଲେ ଓ ରାତିରେ ସେହି କୋର୍ଟ ପରିସରରେ ଏକ ରୁମରେ ସବୁଦିନ ପରି ସୋଇଥିବା ବେଳେ ଆଜି ସକାଳୁ ବାରଣ୍ଡାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପ୍ରତାପ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରା ଯାଉଛି ।

Leave A Reply

Your email address will not be published.