Webportal

ଏନଏଚ ୫୫ରେ ଥମୁନି ଦୁର୍ଘଟଣା, ଏଥର ବସ ଟ୍ରକ ମଧ୍ୟରେ ଦୁର୍ଘଟଣା

0 605

ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ଉପରେ ଥମୁନି ଦୁର୍ଘଟଣା।ଏଥର ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିବାବେଳେ ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ବର୍ତ୍ତୀ ଯାଇଛନ୍ତି।ବୁଧବାର ରାତି ପ୍ରାୟ ୨ଟା ବେଳେ ଝାରସୁଗୁଡାରୁ ଭୁବନେଶ୍ବର ଯାଉଥିବା (ଓଡି୦୨ ଭି ୪୫୯୭) ଦିଲଖୁସ ବସ ସହିତ ତାଲଚେରରୁ ସମ୍ବଲପୁର ଅଭିମୁଖେ କୋଇଲା ନେଇ ଯାଉଥିବା (ଓଆର ଓଡି୩୫ ସି ୪୩୨୯) ଟ୍ରକ ଧକ୍କା ହୋଇଥିଲା। ବସରେ ଯାତ୍ରା କରୁ ଥିବା ୨୭ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ୍ବ ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ମାନେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଜରପଡା ପୋଲିସ ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଆହତ ମାନେ ଆଶୁ ଚିକିତ୍ସା ପରେ ନିଜ ନିଜ ଗନ୍ତବ୍ୟ ପଥରେ ଯାଇଥିବା ଜଣା ପଡିଛି ।

Leave A Reply

Your email address will not be published.