Webportal

ରାଜ୍ୟ ମହିଳା ଆୟୋଗ ଦ୍ୱାରା ଆଇନ ସଚେତନତା କର୍ମଶାଳା

0 320

ସମାଜରେ ପୁରୁଷ ମାନଙ୍କ ପରି ନାରୀମାନଙ୍କର ସମାନ ଭୂମିକା ରହିଛି ଓ ନାରୀ ବିନା ଏକ ସୁନ୍ଦର ସମାଜ ଗଠନ ଅସମ୍ଭବ।ନାରୀମାନେ ସମାଜରେ ସ୍ୱାଭିମାନର ସହିତ ବଞ୍ଚିବା ସେମାନଙ୍କ ସାମ୍ବିଧାନିକ ଅଧିକାର।ଆଜି ଅନୁଗୁଳରେ ରାଜ୍ୟ ମହିଳା ଆୟୋଗ, ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଆୟୋଜିତ ଆଇନ ସଚେତନତା କର୍ମଶାଳାରେ ଅଧ୍ୟକ୍ଷତା କରି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡା ମିନତୀ ବେହେରା ଏହା କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଆୟୋଗ ଦ୍ୱାରା ସମସ୍ତ ପ୍ରକାର ଆଇନର କଡାକଡି ଭାବେ ପାଳନ କରି ସମାଜରେ ନାରିପ୍ରତି ହେଉଥିବା ଅବହେଳା ଓ ନିର୍ଯ୍ୟାତନା ର ଦୃଡ ଜବାବ ଦିଆଯିବ।ମିଶନସକ୍ତି ଓ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନେ ସଚେତନ ହେଲେଣି ଓ ସେମାନେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ସଚେତନ ହେବା ସହ ନିଜ ଅଧିକାର ସାବ୍ୟସ୍ତ କରିବା ଲାଗି ସେ ପରାମର୍ଶ ଦେଇଥିଲେ।ମହିଳା ମାନେ ଆୟୋଗକୁ ସେମାନଙ୍କ ଅସୁବିଧା ଲିଖିତ ଭାବେ ଜଣାଇଲେ ତାର ସମୟୋଚିତ ପଦକ୍ଷେପ ନିଆଯିବ। ଆୟୋଗ ବିଭିନ୍ନ ବିବାଦକୁ ଉଭୟ ପକ୍ଷ ସହମତି ଓ କାଉଁସିଲିଂ ଜରିଆରେ ତୁଟାଇବାକୁ ଚେଷ୍ଟା କରୁଛି।ନାରୀମାନଙ୍କୁ ତୃଣମୂଳ ସ୍ତରରେ ସଚେତନ କରିବା, ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ଶିଖିବା, ଛୋଟବେଳୁ ପିଲାଙ୍କୁ ଉତ୍ତମ ବ୍ୟବହାର ଶିଖାଇବା, ସବୁ କ୍ଷେତ୍ରରେ ଝିଅ ମାନଙ୍କୁ ସୁଯୋଗ ଦେବା,ମହିଳା ମାନଙ୍କ6ଉପଯୁକ୍ତ ସଂମ୍ମାନ ଦେବା, ପ୍ରଚଳିତ ଆଇନ ର ସଠିକ ଉପଯୋଗ କରିବା, ମହିଳା ସୁରକ୍ଷା ଆଇନରେ ଥିବା ଦଣ୍ଡବିଧାନ ର ଭୟାଭୟତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଆଦି ଉପରେ ଉପସ୍ଥିତ ଅନ୍ୟ ବକ୍ତା ମାନେ ଗୁରୁତ୍ୱ ଦେଇଥିଲେ।

Leave A Reply

Your email address will not be published.