Webportal

କୂଅରୁ କୁଟୁରାକୁ ଉଦ୍ଧାର କଲା ବନବିଭାଗ

0 184

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଉପଦା ଗ୍ରାମକୁ ବାଟ ବଣା ହୋଇ କୂଅରେ ପଡିଥିବା ଏକ କୁଟୁରାକୁ ଜରପଡା ବନ ବିଭାଗ ଗୁରୁବାର ଉଦ୍ଧାର କରିଛି। କୁଟୁରାଟି ନାଉପଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗାଁ ଅଭିମୁଖେ ଆସି ନାଉପଦା ଗ୍ରାମର କୁନା ପ୍ରଧାନଙ୍କ ଘର ବାଡିରେ ଥିବା ଏକ ଖୋଲା କୂଅରେ ପଡିଯାଇଥିଲା । ଖବର ପାଇ ଜରପଡା ବନାଂଚଳ ଅଧିକାରୀ ହୃଦାନନ୍ଦ ନାଏକ ,ଫରେଷ୍ଟର ବିକାଶ ନାୟକ ଓ ବନକର୍ମଚାରୀ ମାନେ ପହଞ୍ଚି କୁଅରୁ କୁଟୁରାକୁ ଉଦ୍ଧାର କରିଥିଲେ। ଜରପଡା ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ପରେ ମାଈ କୁଟୁରାଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡାଯାଇଛି ବୋଲି ରେଞ୍ଜର ହୃଦାନନ୍ଦ ନାଏକ ପ୍ରକାଶ କରିଛନ୍ତିା

Leave A Reply

Your email address will not be published.